ଭୁବନେଶ୍ବର: ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ । ଚୋରା ଓ ବିଷାକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି। ତମାଖୁ ଓ ନିକୋଟିନଯୁକ୍ତ ପାନ ମସଲା ଏବଂ ଗୁଟଖାଉତ୍ପାଦନ ଓ ବିକ୍ରୟକୁ ସମ୍ପୂର୍ଣ୍ଣନିଷିଦ୍ଧ କରାଯିବା ସାଙ୍ଗକୁ ସ୍କୁଲ ଓ କଲେଜ କ୍ୟାମ୍ପସକୁ‘ନିଶା ନିଷିଦ୍ଧ’ଅଞ୍ଚଳ ଭାବେ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ରବିବାର ରେଳ ଅଡିଟୋରିୟମଠାରେ କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ‘ଜୀବନ ଜିନ୍ଦାବାଦ-୨.୦’ରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଥିଲେ ଯେ ନିଶା କେବଳ ବ୍ୟକ୍ତିଗତ ଜୀବନକୁ ନୁହେଁ ବରଂ ସମଗ୍ର ପରିବାର ଓ ସମାଜକୁ ବରବାଦ କରିଦେଉଛି। ନିଶା ଠାରୁ ଯୁବପିଢ଼ି ଦୂରେଇ ରୁହନ୍ତୁ। ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ଼ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେତେ ବାଧାବିଘ୍ନ ଓ ବିଫଳତା ଆସିଲେ ମଧ୍ୟ ସେଗୁଡ଼ିକୁ ସାମ୍ନା କରି ଆଗକୁ ବଢ଼ିବା ହେଉଛି ପ୍ରକୃତ ଜୀବନIଗତବର୍ଷ ଆରମ୍ଭ ହୋଇଥିବା‘ଜୀବନ ଜିନ୍ଦାବାଦ’ଅଭିଯାନ ଆତ୍ମହତ୍ୟା ପ୍ରବୃଭିକୁ ରୋକିବାରେ ବଡ଼ ସଫଳତା ଦେଇଛି। ବର୍ତ୍ତମାନର‘ଜୀବନ ଜିନ୍ଦାବାଦ ୨.୦’ଯୁବବର୍ଗଙ୍କୁ ନିଶାରୁ ଦୂରେଇ ରଖିଶିକ୍ଷା,କ୍ରୀଡ଼ା ଓ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାର ଏକ ବ୍ୟାପକ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି। କମିଶନରେଟ୍ ପୁଲିସର‘ନିଶାମୁକ୍ତ ଭାରତ’ସମ୍ବନ୍ଧୀୟ ଏକ ୱେବସାଇଟକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ।

