Friday, October 2, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ହାର୍ଟ ଆଟାକ ପୂର୍ବରୁ ଦେଖାଯାଏ ଏମିତି କିଛି ଲକ୍ଷଣ

Sanchar Live by Sanchar Live
October 2, 2026
in ଜୀବନ ଶୈଳୀ
0
ହାର୍ଟ ଆଟାକ ପୂର୍ବରୁ ଦେଖାଯାଏ ଏମିତି କିଛି ଲକ୍ଷଣ
0
SHARES
1
VIEWS
FacebookTwitter

ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ପାଳନ କରାଯାଏ ବିଶ୍ୱ ହୃଦୟ ଦିବସ । ଲୋକଙ୍କୁ ହୃଦୟର ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏବଂ ହୃଦରୋଗର ବିପଦ ବିଷୟରେ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ହାର୍ଟ ଆଟାକ୍ କାହାକୁ ବି କେତେବେଳେ ଆସିପାରେ । କିନ୍ତୁ ଏହା ହେବାର ଗୋଟିଏ ମାସ ପୂର୍ବରୁ କିଛି ସଙ୍କେତ ଦେବା ଆରମ୍ଭ କରିଥାଏ । ଯାହାକୁ ଯଦି ଆମେ ଅଣଦେଖା କରିବା ତେବେ ହାର୍ଟ ଆଟାକରେ ଜୀବନ ମଧ୍ୟ ଯାଇପାରେ । ଆଜି ଆମେ ଏମିତି କିଛି ଲକ୍ଷଣ ବିଷୟରେ କହିବୁ ଯାହା ହାର୍ଟ ଆଟାକ୍ ହେବାର ଏକ ମାସ ପୂର୍ବରୁ ଦେଖାଦେଇଥାଏ ।

ପାଦ ଫୁଲିବା :

ହୃତପିଣ୍ଡ ଆମ ଶରୀରର ଏମିତି ଅଙ୍ଗ ଯାହା ୨୪ ଘଣ୍ଟା କାମ କରିଥାଏ  । କାରଣ ଏହାର କାମ ପୁରା ଶରୀରରେ ବ୍ଲଡ୍ ସପ୍ଲାୟ କରିବା । ଯେତେବେଳେ ଶରୀରର କୌଣସି ଅଙ୍ଗକୁ ରକ୍ତ ପ୍ରବାହିତ ହୋଇନଥାଏ ସେତେବେଳେ ତାହା ଫୁଲିବା ଆରମ୍ଭ ହୋଇଥାଏ । ଖାସ୍ କରି ଯେବେ ଆପଣଙ୍କ ପାଦ ଫୁଲିବା ଆରମ୍ଭ ହୁଏ ଜାଣନ୍ତୁ ଏହା ହାର୍ଟ ଆଟାକ୍ ଆସିବାର ଲକ୍ଷଣ ।

ସବୁବେଳେ ଥଣ୍ଡା, କାଶ ଲାଗି ରହିବା :

ସାଧାରଣ ଥଣ୍ଡା ଜର ହେଲେ ୩/୪ ଦିନରେ ଠିକ୍ ହୋଇଯାଇଥାଏ । କିନ୍ତୁ ଯଦି ଲଗାତାର ଥଣ୍ଡା ଜର ଲାଗିରହେ ତେବେ ଜାଣନ୍ତୁ ଆପଣଙ୍କୁ ହାର୍ଟ ଆଟାକ୍ ଆସିପାରେ । କାରଣ ଥଣ୍ଡା ଜର ସମୟରେ ହୃତପିଣ୍ଡକୁ ବେଶି ପରିଶ୍ରମ କରିବାକୁ ପଡିଥାଏ ଏବଂ ଫୁସଫୁସରେ ରକ୍ତ ପ୍ରବାହ ବଢିଯାଇଥାଏ । ଯାହା ଫଳରେ ଆପଣଙ୍କ ଉପରେ ଅତିରିକ୍ତ ଚାପ ପଡିଥାଏ ଯାହା ହାର୍ଟ ଆଟାକର କାରଣ ହୋଇଥାଏ ।

ନିଶ୍ବାସ ନେବାରେ କଷ୍ଟ ହେବା :

ଯଦି ଆପଣଙ୍କୁ କୌଣସି ରୋଗ ନାହିଁ ଅଥଚ ନିଶ୍ବାସ ନେବାରେ କଷ୍ଟ ହେଉଛି ଅର୍ଥାତ୍ ହାର୍ଟ ସଠିକ୍ ଭାବରେ କାମ କରୁନାହିଁ । ଯେତେବେଳେ ହାର୍ଟ ସଠିକ୍ ଭାବରେ କାମ କରେନି ସେତେବେଳେ ଫୁସଫୁସରେ ଅମ୍ଳଜାନ ପହଂଚିବାରେ ଅସୁବିଧା ହୋଇଥାଏ । ଯାହା ଫଳରେ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ ।

ମୁଣ୍ଡ ବୁଲାଇବା :

ଯଦି ଯାହାର ହୃତପିଣ୍ଡ ଦୁର୍ବଳ ହୋଇଥାଏ ତେବେ ତାର ସମ୍ପୂର୍ଣ୍ଣ ଶରୀରରେ ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ । ଆଉ ଯେତିକି ଅକ୍ସିଜେନ୍ ଆମ ଶରୀରରୁ ଆବଶ୍ଯକ ତାହା ମିଳିପାରିନଥାଏ । ଯାହା ପରିଣାମ ସ୍ବରୂପ ମୁଣ୍ଡ ବୁଲାଇଥାଏ । ଯଦି ଆପଣଙ୍କ ସହ ଏପରି ହେଉଛି ତେବେ ସାବଧାନ୍ ହୋଇଯାଆନ୍ତୁ ।

ବିନା ପରିଶ୍ରମରେ ଥକି ଯିବା :

ହାର୍ଟ ଆଟାକ୍ ଆସିବାର ପ୍ରାୟ ୨୫ ଦିନ ପୂର୍ବରୁ ଏପରି ଅନୁଭୂତ ହୋଇଥାଏ । କିଛି କାମ ନକରି ଶରୀର ଥକା ଥକା ଲାଗିଥାଏ । ଏହି ଲକ୍ଷଣରୁ ଜାଣନ୍ତୁ ଯେ ଧୀରେ ଧୀରେ ହାର୍ଟ ଆଟାକ୍ ଆପଣଙ୍କ ନିକଟକୁ ଆସୁଛି । ଏହାର କାରଣ ହେଉଛି ଯେତେବେଳେ ବହୁତ ଅଧିକ ମାତ୍ରାରେ ତେଲ କିମ୍ବା ଫ୍ଯାଟ୍ ଯୁକ୍ତ ଖାଦ୍ଯ ଖାଉ ସେତେବେଳେ ଧମନୀରେ କୋଲେଷ୍ଟ୍ରଲ୍ ଜମା ହେବା ଆରମ୍ଭ ହୋଇଥାଏ । ଯାହା ଫଳରେ ବ୍ଲଡ୍ ଭେସେଲ୍ସ ଜମାଟ ବାନ୍ଧିଥାଏ । ଜମାଟଥ ବାନ୍ଧିବା ଦ୍ବାରା ହାର୍ଟକୁ ଅତିରିକ୍ତ କାମ କରିବାକୁ ପଡିଥାଏ ଏବଂ ଅଧିକ ଚାପ ଲାଗିଥାଏ । ଯାହା ଫଳରେ  ହାର୍ଟ ଆଟାକର ସମ୍ଭାବନା ବଢିଯାଇଥାଏ ।

ଛାତି ଭିତରେ ଅସହଜ ଅନୁଭବ ହେବା :

ଯେତେବେଳେ କାହାକୁ ହାର୍ଟ ଆଟାକ୍ ଆସିବାର ଥାଏ ତାର କିଛି ଦିନ ଆଗରୁ ଲାଗିଥାଏ ଯେମିତି ଛାତି ଭିତରେ କିଛି ହେଉଛି । ଛାତି ଜଳିବା କିମ୍ବା ଚାପ ରହିବା ଭଳି ଲାଗିଥାଏ । ଯଦି ଆପଣଙ୍କୁ ବି ଏମିତି କିଛି ଅନୁଭବ ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଆଗକୁ ଯାଇ ଏହା ବଡ ସମସ୍ଯାର କାରଣ ହୋଇପାରେ ।

ଏହା ବ୍ୟତୀତ ଛାତିରେ ଯନ୍ତ୍ରଣା ହେବା, ବାନ୍ତି ଲାଗିବା ଏବଂ ବାହୁ, କାନ୍ଧ, ପିଠି, ବେକ କିମ୍ବା ଶରୀରର ଉପର ଅଂଶରେ ଅସହଜତା ଦେଖାଯାଇପାରେ । ଯଦି ଏପରି ଲକ୍ଷଣ ଦେଖାଦେଉଛି ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଜୀବନକୁ ସୁରକ୍ଷିତ ରଖନ୍ତୁ ।

Tags: heart attacksimtoms
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ହାର୍ଟ ଆଟାକ ପୂର୍ବରୁ ଦେଖାଯାଏ ଏମିତି କିଛି ଲକ୍ଷଣ
  • ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ
  • ବୋହୂ ଉପରେ ଶାଶୁ ଫିଙ୍ଗିଲେ ଗରମ ତେଲ
  • ଜନସମ୍ପର୍କ ପଦଯାତ୍ରାରେ ନବୀନଙ୍କ ରଣହୁଙ୍କାର
  • ୧୩ରେ ଲଘୁଚାପ, ବର୍ଷାରେ ଭିଜିବ ଦଶହରା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.