ରାଜନଗର: ଗଭୀର ଅବପାତ ପ୍ରଭାବରେ ଅଶାନ୍ତ ହୋଇଛି ସମୁଦ୍ର । ଉଠୁଛି ଉଚ୍ଚ ଜୁଆର । ରାଜନଗରରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ରାଜନଗରର ସାତଭାୟାରେ ୨୦୦ ଫୁଟ କୂଳ ଲଙ୍ଘିଲା ସମୁଦ୍ର । ଧସିଲା ବାଲି ପାହାଡ଼, ଉପୁଡିଲା ଗଛ ଜମିରେ ମାଡିଗଲା ବାଲିଚର । ଗଭୀର ଅବପାତ ପ୍ରଭାବରେ ରେ ଅଶାନ୍ତ ହୋଇଛି ସମୁଦ୍ର ଉଠୁଛି ଉଚ୍ଚ ଜୁଆର । ରାଜନଗର ରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପୂର୍ବ ଲଘୁଚାପ ରେ ସାତଭାୟା ରେ କୂଳ ଲଙ୍ଘି ମା ପଞ୍ଚୁବରାହୀ ଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭ ରେ ଲୀନ ହୋଇଥିବା ବେଳେ ଏବେ ସାତଭାୟରେ ଥିବା ବାଲି ପାହାଡ଼ କୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଛି ଫଳରେ ସମୁଦ୍ର କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ସେପଟେ ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ରାମତରା ମୀରା ସି-ବିଚ୍ ରେ ବାଲି ବସ୍ତା ଭାଙ୍ଗି ୧୦୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି । ଗତବର୍ଷ ମଧ୍ୟ ଠିକ୍ ଏହି ସ୍ଥାନରେ ଘାଇ ହୋଇଥିଲା ଏବଂ ଏବେ ପୁଣିଥରେ ବାଲି ବସ୍ତା ଭସାଇ ନେଇଛି । ଏହି ଘାଇ ଦେଇ ସମୁଦ୍ରର ଲୁଣା ପାଣି ସିଧାସଳଖ ନଦୀ ଏବଂ ଚାଷ ଜମିରେ ପଶିଯାଇଛି । ଚାଷ ଜମିରେ ଲୁଣା ପାଣି ମାଡ଼ିଯିବା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ନେଇ ଆଶଙ୍କା ବଢ଼ିଯାଇଛି। ସମୁଦ୍ରର ଉଗ୍ର ରୂପ ଦେଖି ସ୍ଥାନୀୟ ଗ୍ରାମବାସୀ ଛାନିଆ ହୋଇଯାଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା। ଓଡ଼ିଶା ଉପକୂଳରେ ସମୁଦ୍ର ଲହଡ଼ି ୫ ମିଟର ଆଗକୁ ମାଡ଼ି ଆସିଥିଲା।ଯାହା ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା।”
