ଆସନ୍ତା ୨୨ ତାରିଖ ବସୁଛି ବିଧାନସଭା ମୌସୁମୀ ଅଧିବେଶନ । ୨୧ ତାରିଖରେ ବସିବ ସର୍ବଦଳୀୟ ବୈଠକ । ୨୧ ତାରିଖ ଦିନ ୧୧ଟା ୩୦ରେ ବସିବ ସର୍ବଦଳୀୟ ବୈଠକ । ଅପରାହ୍ନରେ ବସିବ ବିଜେପି ବିଧାୟକ ଦଳ ବୈଠକ । ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମନ୍ତ୍ରୀ କହିଛନ୍ତି, ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ବିଧାନସଭାକୁ ସୁଚାରୁ ରୂପେ ଚଳାଇବାକୁ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ । ସମସ୍ତ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଯାହା ଅକ୍ଟୋବର ତାରିଖ ଯାଏଁ ଚାଲିବ । ଚଳିତ ଥର ହେବାକୁ ଥିବା ମୌସୁମୀ ଅଧିବେଶନରେ ମୋଟ୍ ୯ଟି କାର୍ଯ୍ୟ ଦିବସ ରହିଛି।
