ସଂଚାର ବ୍ୟୁରୋ: ହିମାଚଳପ୍ରଦେଶ ଶିମଲାରେ ଜନତା-ପୋଲିସ ମୁହାଁମୁହିଁ। ବେଆଇନ ଭାବେ ମସଜିଦରେ ଏକ ଅବୈଧ ନିର୍ମାଣକୁ ନେଇ ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ। ମସଜିଦ ନିର୍ମାଣକୁ ବିରୋଧ କରିଥିଲେ ଅନ୍ୟ ଏକ ଗୋଷ୍ଠୀ। ମସଜିଦ ଆଡକୁ ବଢିବାକୁ ଉଦ୍ୟମବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ହଜାର ହଜାର ସଂଖ୍ଯାରେ ଆନ୍ଦୋଳନକାରୀ ମସଜିଦ ପଟକୁ ବଢିଥିଲେ। ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୋଲିସକୁ ବାରିକେଡ ଲଗାଇବାକୁ ପଡିଥିଲା। ବାରିକେଡ୍କୁ ମଧ୍ୟ ଭାଂଗିଥିଲେ ଆନ୍ଦୋଳନକାରୀ। ଅବୈଧ ନିର୍ମାଣକୁ ବିରୋଧ କରି ଚାଲିଛି ଆନ୍ଦୋଳନ। ପ୍ରଦର୍ଶନକାରୀଙ୍କୁ ରୋକିବାକୁ ପୋଲିସର ପ୍ରୟାସ ଜାରି ରହିଛି। ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ଼ କରିଛି। ବ୍ଯାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।