ଭୁବନେଶ୍ଵର: ପାର୍ବଣର ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଓ ସହର ଆଉ ମାତ୍ର କେତେଦିନର ବ୍ୟବଧାନ ପରେ ଦୁର୍ଗତି ନାଶିନୀ ମାଦୂର୍ଗା ଆବିର୍ଭାବ ହେବେ ବିଭିନ୍ନ ପୂଜା ମଣ୍ଡପରେ | ଏହି ଅବସରରେ ସାରା ରାଜ୍ୟରେ ଦୀର୍ଘ ୧୬ବର୍ଷ ହେବ ଦୁର୍ଗାପୂଜାକୁ ଶାନ୍ତି ଓ ଶୃଙ୍ଖଳାର ସହ ଆୟୋଜିତ କରି ବେଶ୍ ଜନମାନସରେ ବେଶ୍ ଆଦୃତ ହୋଇଛି ଝାରପଡ଼ା ଦୁର୍ଗାପୂଜା ସମିତି ।
ଆଜି ପବିତ୍ର ବିଶ୍ୱକର୍ମା ସଙ୍କରାନ୍ତି ଅବସରରେ ଝାରପଡ଼ା ଦୁର୍ଗାପୂଜା ସମିତିର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ସମିତିର ସମସ୍ତ ସଭ୍ୟ ଓ ଝାରପଡ଼ା ଗ୍ରାମର ଜନସାଧାରଣ ଏକାଠି ହୋଇ ଭବ୍ୟ ମୂର୍ତ୍ତି ନିର୍ମାଣ ପାଇଁ ଆଜି ମୂର୍ତ୍ତିକା ଅନୟନ କାର୍ଯ୍ୟକୁ ସଫଳ ରୂପେ ସମ୍ପାଦନ କରିଛନ୍ତି । ଆଜି ସକାଳ ସମୟରେ ସମିତି ତରଫରୁ ଗ୍ରାମ ଦେବତୀଙ୍କ ପାଖେ ପୂଜା କରି ବାଜା,ବାଣ ଓ ରୋଷଣୀ ସହ ଏକ ବିରାଟ ପଟୁଆରରେ ଝାରପଡ଼ା ଗ୍ରାମର ବାହାରି କୁଆଖାଇ ନଦୀପଠାରେ ଯଥାବିଧି ପୂଜାର୍ଚ୍ଚନାକରି ସେଠାରୁ ମାଟି ଆଣି ଗ୍ରାମର ମେଲଣ ପଡ଼ିଆରେ ମାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ସ୍ଥିରୀକୃତ ସ୍ଥାନରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ।
ଏହି କାର୍ଯକ୍ରମରେ ଦୂର୍ଗାପୂଜା ସମିତିର ସଭାପତି ପ୍ରଭାତ ମାର୍ଥା, ସମ୍ପାଦକ ପ୍ରକାଶ ସାମନ୍ତରାୟ ଓ ସୁରେଶ ଚନ୍ଦ୍ର ଜେନା, ସୁନୀଲ ଜେନା,ଗ୍ରାମ କମିଟି ସଭାପତି ଗୋରାଚାନ୍ଦ ମଙ୍ଗରାଜ, ସମ୍ପାଦକ ଉମାକାନ୍ତ ଜେନା,ନିବାସ ଜେନା,ଉଦୟନାଥ ଜେନା, ଅଜିତ ମାର୍ଥା, ଜହୁର ଖାନ, କଳିମୁଦ୍ଦିନ ଖାନ ପ୍ରମୁଖ ଉପସ୍ଥିତ ଥିଲେ..

