ଭୁବନେଶ୍ବର: କଟକ ଜିଲ୍ଲା ବ୍ରାହ୍ମଣସାଇଲୋ ଗ୍ରାମର ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଦାସଙ୍କ ଧର୍ମପତ୍ନୀ ଅର୍ଚ୍ଚନା ଦାସଙ୍କ ବୁଧବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ନିକଟରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ବୁଧବାର ରାତି ୧ଟା ୧୫ ସମୟରେ ସେ ହୃଦଘାତର ଶିକାର ହୋଇଥିଲେ, ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ରାତି ୩ଟା ସମୟରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁବେଳଙ୍କୁ ତାଙ୍କ ନିକଟରେ ଝିଅ ଦୀପିକା ଦାସ, ଦିଅର ଦୀପକ ଦାସ, ଭଉଣୀ ମମତା ଦାସ, ଭାଇ ସଚ୍ଚିଦାନନ୍ଦ ମହାନ୍ତି ଉପସ୍ଥିତ ଥିଲେ। ଗୁରୁବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ପୁତ୍ର ଦିପ୍ତିରଞ୍ଜନ ଦାସ (ବବଲୁ) ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅର୍ଚ୍ଚନାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ନେତୃତ୍ବ ସହ କୋଲକାତାର ବିଭିନ୍ନ ସଂଗଠନର ସଦସ୍ୟମାନଙ୍କ ସହିତ ବିଭିନ୍ନ ମହଲ ପକ୍ଷରୁ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ତାଙ୍କ ବିୟୋଗରେ ପ୍ରବାସୀ ଓଡିଆ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ବାଗ୍ମୀ ତଥା ନୀଳଚକ୍ର ସଭାପତି ଲକ୍ଷ୍ମୀନାରାୟଣ ମଲ୍ଲିକ, ସଚିବ ଶେଷଦେବ ସାମଲ, କାର୍ଯ୍ୟକାରୀ ସଭାପତି ମନମୋହନ ନାୟକ, ରତିକାନ୍ତ ସାହୁ, ରବୀନ୍ଦ୍ର ବେହେରା, ଓମ୍ପ୍ରିୟା ମିଶ୍ର, ପିତାମ୍ବର ଦାସ, ପୁଷ୍କର ତରାଇ, ପରିବେଶବିତ୍ କୃତ୍ତିବାସ ମହାପାତ୍ର (କିର୍ତ୍ତୀଦେବ), ଉତ୍କଳୀୟ ମିଳିତ ମଞ୍ଚର ସଭାପତି ରବିନାରାୟଣ ମହାପାତ୍ର, ସଂପାଦକ ବିଜୟ କୁମାର ବାରିକ, ସହ ସଂପାଦକ ଭଗବାନ ଦାସ, ଜିତେନ୍ଦ୍ର କୁମାର ଦାସ, କମ୍ବୁନାଥ ଦଳାଇ, ବିଭୂତି ଭୂଷଣ ସାହୁ, କରୁଣାକର ମଲ୍ଲିକ, ଉତ୍କଳ ଶିକ୍ଷା ସଂସଦର ଉପସଭାପତି ପିତାମ୍ବର ବାରିକ, ସୁଦର୍ଶନ ଜେନା, ପ୍ରଫୁଲ କୁମାର ଦାସ, ଯୋଗଗୁରୁ ସନାତନ ମହାକୁଡ, ସୁଧାଂଶୁ ଶେଖର ଦ୍ବିବେଦୀ, କେଶବ ମିଶ୍ର, ସାହିତ୍ୟିକା ଶୈବାଳିନୀ ସାହୁ, ସମାଜସେବୀ ରେଣୁକା ରଥ, ଓଡିଶା ପ୍ରଗତି ସଂଘ ସାଧାରଣ ସଂପାଦକ ସଞ୍ଜୟ କୁମାର ରାଉତ, ଯୁବନେତା ନରେନ୍ଦ୍ର କୁମାର ରାଉତ, ବୈଞ୍ଜାନିକ କୃଷ୍ଣଚନ୍ଦ୍ର ଭୁୟାଁ, ଓଡିଶା ୱେଲଫେୟାର ସୋସାଇଟି ସଭାପତି ନିରଞ୍ଜନ ରାଉତ, ଭୀମସେନ ବାରିକ, କାଶିନାଥ ବେହେରା, ଡକ୍ଟର ମନୋଜ କୁମାର ଖଟୁଆ, ଭାଗବତ ପଲ୍ଲାଇ, ପ୍ରଫୁଲ ପୁହାଣ, ନିର୍ମଳ ନାୟକ, କବି ପ୍ରଶାନ୍ତ କୁମାର ନାଥ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ।

