ବଲିଉଡର ବାଦଶାହ ଏବେ ନିଜ ବ୍ୟକ୍ତିଗତ ସଂପର୍କକୁ ନେଇ ପୁଣି ଚର୍ଚ୍ଚାରେ । ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଅଲଗା ହୋଇଛନ୍ତି । ବିବାହକୁ ମାତ୍ର ୫ ମାସ ହୋଇଥିବା ବେଳେ ଦୁହେଁ ପରସ୍ପରଠାରୁ ଅଲଗା ହେବାରୁ ନିଷ୍ପତ୍ତି ନେଇଛନ୍ତି । ଦୁହେଁ ସେମାନଙ୍କ ଛାଡପତ୍ର ନିଶ୍ଚିତ କରିଛନ୍ତି । ବିବାହର ମାତ୍ର ପାଞ୍ଚ ମାସ ପରେ ସମ୍ପର୍କ ଭାଙ୍ଗିଛି । ଦୁହିଁଙ୍କ ଫଟୋକୁ ନେଇ କିଛିଦିନରୁ ବେଶ୍ ଚର୍ଚ୍ଚା ହେଉଥିଲା । ଏକ ଏକ ପୋଷ୍ଟ ଜରିଆରେ ବାଦଶାହ ଏବଂ ଈଶା ରିଖୀ ନିଜ ଛାଡପତ୍ର ନେଇ ଘୋଷଣା କରିଛନ୍ତି ।
ଦମ୍ପତି ଅଗଷ୍ଟ ୩୧ରେ ସେମାନଙ୍କ ସମ୍ପର୍କ ବିଷୟରେ ଚାଲିଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲି କହିଥିଲେ । ଶେଷରେ ସେମାନେ ଅଲଗା ହୋଇଯାଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସେମାନେ ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଛନ୍ତି, ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଘୋଷଣା ବାଦଶାହଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ବାଦଶାହ ଏବଂ ଈଶା କହିଛନ୍ତି ଯେ, ଦୁହେଁ ମିଶି ଏଭଳି ନିଷ୍ପତ୍ତି ନେଇଛନ୍ତି । ସେମାନେ ବର୍ତ୍ତମାନ ଅଲଗା ଅଲଗା ନିଜ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଥିବାରୁ ସେମାନଙ୍କର ଗୋପନୀୟତାକୁ ସମ୍ମାନ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଈଶା ଏବଂ ମୁଁ ପରସ୍ପର ଅଲଗା ହୋଇ ନିଜ ନିଜ ରାସ୍ତାରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛୁ । ପରସ୍ପର ପ୍ରତି ସମ୍ମାନର ସହିତ ଏହି ନିଷ୍ପତ୍ତି ନେଇଛୁ । ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ।
ସୂଚନାଯୋଗ୍ୟ, ବାଦଶାହ ଏବଂ ଈଶା ରିଖି ସମସ୍ତଙ୍କୁ ଲୁଚାଇ ସିକ୍ରେଟ୍ ମ୍ୟାରେଜ କରିଥିଲେ । ବ୍ୟକ୍ତିଗତ ସମାରୋହ କରି ବାଦଶାହ ଏବଂ ଈଶା ବିବାହ କରିଥିଲେ । ସର୍ବଦା ସେମାନଙ୍କ ସମ୍ପର୍କକୁ ପବ୍ଲିକ ନଜରରୁ ଦୂରେଇ ରଖିଥିଲେ । ବିବାହ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଏହି ଦମ୍ପତି ପ୍ରାୟ ୪ ବର୍ଷ ଧରି ଏକାଠି ଥିବା ଜଣାଯାଇଛି । ପରେ ଈଶା ନିଜେ ଜୁନ୍ ୨୦୨୬ ରେ ଇନଷ୍ଟାଗ୍ରାମରେ ଜଣାଇଥିଲେ । ତେବେ ଏମାନଙ୍କ ବିବାହ ଭାଙ୍ଗିବା ନେଇ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

