ଯାଜପୁର,ଭଦ୍ରକ ବାଲେଶ୍ଵର ଜିଲ୍ଲାରେ ପୁଣି ବନ୍ୟା ସ୍ଥିତି । ବୈତରଣୀରେ ପୁଣି ବନ୍ୟା ଜଳ ବଢ଼ିଛି । ସିନିୟର ଅଫିସର ନିୟୋଜିତ ଅଛନ୍ତି । ବୁଢାବଳଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ବନ୍ୟା ସ୍ଥିତି ଉପରେ ନଜର ରହିଛି । ଗ୍ରାଉଣ୍ଡରେ ଅଧିକାରୀ ରହିଛନ୍ତି । ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ସୃଷ୍ଟି ହୋଇଛି । ବୁଢାବଳଙ୍ଗରେ ବର୍ଷା ଯୋଗୁଁ ବିପଦ ସଂକେତ ଅତିକ୍ରମ କରିଛି । ଯାହାର ପ୍ରଭାବ ବାଲେଶ୍ବରରେ ଦେଖିବାକୁ ମିଳିବ । ପୂର୍ବରୁ ଜିଲ୍ଲାରେ ପ୍ରଶାସନ ଆଲର୍ଟ କରାଯାଇଥିଲା ।
ଲୋକ ମାନଙ୍କୁ ସ୍ଥାନାନ୍ତରିତ ଆରମ୍ଭ ହୋଇଛି । ୧୦ ଓଡ୍ରାଫ ଏବଂ ୭ ଏନଡିଆରଏଫ ଟିମ୍ ମୁତୟନ ହୋଇଥିବା ବେଳେ ୪ ଟିମ୍ ପ୍ରସ୍ତୁତ ରହିଛନ୍ତି । ବାଲେଶ୍ବର ସଦର, ରେମୁଣାର ୧୫ ପଞ୍ଚାୟତରେ ପ୍ରଭାବ ରହିଛି । ଭୋଗରାଇ ବସ୍ତା ବ୍ଲକକୁ ସତର୍କ କରାଯାଇଛି । ଝାଡ଼ଖଣ୍ଡରେ ଅଧିକ ବର୍ଷା ହୋଇଛି । ସେଥିପାଇଁ ଜଳସ୍ତର ଅଧିକ ରହିଛି । ରିଲିଫ ସେଣ୍ଟର ଖୋଲାଯାଇଛି । ୩ହଜାର ଲୋକଙ୍କୁ ଗତକାଲି ସ୍ଥାନାନ୍ତରିତ କରାଯାଇଛି । ଯେଉଁଠି ପାଣି ପ୍ରବେଶ କରୁଛି ସେଠି ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି।
ସେପଟେ ବାଲେଶ୍ବରରେ ୮ଟି ଟିମ୍, ଯାଜପୁରରେ ୨ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ, ଭଦ୍ରକରେ ୨ଟି ଟିମ୍ ଯାଜପୁରରେ ୨, କେନ୍ଦୁଝର ଗୋଟିଏ ଟିମ୍ ମୁତୟନ ଅଛନ୍ତି । ମଧ୍ୟମ ଧାରଣର ବନ୍ୟା ଆଶଙ୍କା ରହିଛି । ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଏସଆରସି କହିଛନ୍ତି । ଆଗକୁ ନଦୀର ଜଳସ୍ତର ବଢିବ। ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗରେ ଅଛୁ। ୪୫ ପଞ୍ଚାୟତ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛି।

