ସଂସଦରେ ଅଚଳାବସ୍ଥାକୁ ନେଇ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ । ସରକାର ସବୁ ପ୍ରକାର ଆଲୋଚନା ପାଇଁ ରାଜି ଅଛନ୍ତି । ବିରୋଧୀ ଆଲୋଚନାରେ ଭାଗ ନିଅନ୍ତୁ । ଜଣାପଡ଼ିଯିବ କିଏ ହଙ୍ଗାମା କରୁଛି ବୋଲି ଅମିତ ଶାହ କହିଛନ୍ତି ।
ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, “ସରକାର ଛାତ୍ର ଆନ୍ଦୋଳନ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଆମେ ସବୁ ପ୍ରଶ୍ନର ଜବାବ ଦେବା ପାଇଁ ପ୍ରସ୍ତୁତ ଅଛୁ । ସରକାର ଆଜି ୩ଟାରୁ କାଲି ୩ଟା ପର୍ଯ୍ୟନ୍ତ ଚର୍ଚ୍ଚା କରିବେ ।”
ବିରୋଧୀ କେବଳ ହଙ୍ଗାମା କିଭଳି କରିବେ ତାହା ଖୋଜୁଛନ୍ତି । ଚର୍ଚ୍ଚା ହେଲେ ଜନସାଧାରଣଙ୍କ ଆଗରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଜନତା ନିଷ୍ପତ୍ତି ନେବେ ଆଲୋଚନା ନ କରି କିଏ ପଳାଉଛି । ସରକାରଙ୍କ ନିକଟରେ ଲୁଚାଇବା ଲାଗି କିଛି ନାହିଁ ବୋଲି କହିଛନ୍ତି ଅମିତ ଶାହ ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, “ମୁଁ ବିରୋଧୀଙ୍କୁ କହିବାକୁ ଚାହୁଁଛି ଦିନ ୨ଟା ସୁଦ୍ଧା ଲୋକସଭା ଅଧ୍ୟକ୍ଷଙ୍କୁ ପତ୍ର ପ୍ରଦାନ କରନ୍ତୁ । ଆମ ଦିନ ୩ଟାରୁ ଚର୍ଚ୍ଚା ଆରମ୍ଭ କରିବା ଓ ମୁଁ ଆସନ୍ତାକାଲି ଦିନ ୩ଟା ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନର ଉତ୍ତର ରଖିବି । ଏଥିପାଇଁ ନିୟମ ଓ ପ୍ରକ୍ରିୟା ରହିଛି ।”
ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ଦିନ ୩ଟା ପର୍ଯ୍ୟନ୍ତ ଚର୍ଚ୍ଚା ପାଇଁ ପ୍ରସ୍ତୁତ ରହିଛି । ଯଦି ବାଚସ୍ପତି ଅନୁମତି ଦିଅନ୍ତି ତାହେଲେ ପ୍ରଶ୍ନକାଳ ସ୍ଥଗିତ କରାଯାଇ ପାରିବ । ମୁଁ ନିଜେ ଉପସ୍ଥିତ ରହିବ ପ୍ରତିଟି କଥାର ପ୍ରତିଟି ବିନ୍ଦୁର ଉତ୍ତର ରଖିବି । ଯେଭଳି ଦେଶବାସୀଙ୍କ ସାମ୍ନାରେ ପ୍ରସଙ୍ଗ ସ୍ପଷ୍ଟ ହେବ, ସମସ୍ତ ସତ ସାମ୍ନାକୁ ଆସିବ । ବିରୋଧୀ ନିଶ୍ଚିତ କରନ୍ତୁ ସେମାନେ ଆଲୋଚନା କରିବେ ନା ହଙ୍ଗାମା ବୋଲି କହିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

