ଆମିର ଖାନଙ୍କ ଚର୍ଚ୍ଚିତ “ଗଜନୀ”ଫିଲ୍ମର ଭିଲିଆନ ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତା ଯଶପାଲ ଶର୍ମା ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଖବରକୁ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ପ୍ରଦୀପ ରାୱତ, ଆମର ଗଜନୀ, ଲଗାନର ଦେବା, ଆଉ ନାହାଁନ୍ତି । ଶାନ୍ତିରେ ବିଶ୍ରାମ ନିଅ । ଏଥିସହ ଏକ ଦୁଃଖ ଭରା ଇମୋଜି ମଧ୍ୟ ଦେଇଥିବାର ଦେଖିବାକୁ ମିଳିଛି ।
ଏହାରି ମଧ୍ୟରେ ପ୍ରଦୀପ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ମ୍ୟାନେଜର ସିଦ୍ଧାର୍ଥ ତିୱାରୀ ମୃତ୍ୟୁର କାରଣ ସ୍ପଷ୍ଟ କରି କହିଛନ୍ତି | ତାଙ୍କୁ ଏକ ମାସରୁ ଅଧିକ ସମୟ ଧରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ମଙ୍ଗଳବାର ଦିନ ରାତିରେ ହିଁ ସେ ସେଠାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ଅଭିନେତା ବ୍ରିଜେନ୍ଦ୍ର କାଲା ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏତେ ଦୁଃଖଦ । ଓମ୍ ଶାନ୍ତି । ଅଭିନେତ୍ରୀ ଜୟା ଭଟ୍ଟାଚାର୍ଯ୍ୟ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରାୟ ୪ ଦଶନ୍ଧିରୁ ଅଧିକ ସମୟର ଅନେକ ଆଞ୍ଚଳିକ କ୍ୟାରିୟର ମଧ୍ୟରେ ସେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ଅନେକ ସିନେମାରେ ଖଳନାୟକ ଓ ସହ-ଅଭିନେତା ଭାବେ ଚମତ୍କାର ଅଭିନୟ କରିଥିଲେ | ଚଳଚ୍ଚିତ୍ର ଜଗତରେ ପାଦ ଥାପିବା ପୂର୍ବରୁ ପ୍ରଦୀପ ରାୱତ ବିଆର୍ ତ’ରେ ‘ଅଶ୍ୱତ୍ଥାମା’ ଚୋପ୍ରାଙ୍କ ମହାନ ପୌରାଣିକ ଧାରାବାହିକ ‘ମହାଭାରତ’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ଏବେ ତାଙ୍କ ବିୟୋଗରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

