Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଆୟୁର୍ବେଦିକ୍‌ ମସାଜ୍‌ ସେଣ୍ଟର ନାଁରେ ଚାଲିଥିଲା ସେକ୍ସ ରାକେଟ

Sanchar Live by Sanchar Live
July 25, 2026
in ଓଡିଶା
0
Oplus_131072

Oplus_131072

0
SHARES
19
VIEWS
Facebook
Twitter

ରାଜଧାନୀରେ ପୂର୍ବରୁ ସେକ୍ସ ରାକେଟ୍‌ ଲୁଚାଛପାରେ ଚାଲୁଥିଲା। ଏବେ କିନ୍ତୁ ଛକ ଛକ ଆଉ ଗଳିକନ୍ଦିରେ ଦେହ ଦଲାଲମାନେ ସକ୍ରୀୟ। ସେକ୍ସ ରାକେଟ୍‌ ଚଳାଇବା ତରିକାରେ କେବଳ ସାମାନ୍ୟତମ ପରିବର୍ତ୍ତନ ହୋଇଛି। ସପିଂ ମଲ୍‌, ବ୍ୟସ୍ତବହୁଳ ଅଞ୍ଚଳ, ମାର୍କେଟ୍‌ କମ୍ପେ୍ଲକ୍ସ ଅଞ୍ଚଳରେ ବଡ଼ ବଡ଼ ହଲ୍‌ ଭଡାରେ ନିଆଯାଉଛି। ଏହି ହଲ୍‌ରେ ଖୁଲମ୍‌ ଖୁଲା ସେକ୍ସ ରାକେଟ୍‌ ଚାଲିଛି। ଏଠାରେ ସେକ୍ସ ରାକେଟ୍‌ ସମ୍ପର୍କୀତ ସମସ୍ତ ଅନୈତିକ କାର୍ଯ୍ୟ ହେଉଛି କିନ୍ତୁ ପୋଷ୍ଟରରେ କେବଳ ଯୋଡିଦିଆଯାଉଛି ଭାରତର ପୁରାତନ ଚିକିତ୍ସା ଶାସ୍ତ୍ର ‘ଆୟୁରର୍ବେଦିକ’ର ନାମଟିକୁ। ଆୟୁର୍ବେଦିକ୍‌ ମସାଜ୍‌ ସେଣ୍ଟର, ଆୟୁର୍ବେଦିକ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟର, ଆୟୁର୍ବେଦିକ୍‌ ମସାଜ ପାର୍ଲର ପ୍ରଭୃତି ନାମରେ ସେକ୍ସ ରାକେଟ୍‌ ଅପରେଟ୍‌ କରୁଛି। ସାମ୍ନାରେ ଯୋଗ, ଜଡିବୁଟି, ଆୟୁର୍ବେଦର ଚିତ୍ର ଦୋକାନ ଭିତରେ ଅଲଗା କାରବାର। ଏଭଳି ବହୁ ଆୟୁରର୍ବେଦିକ ସେଣ୍ଟର ଏବେ ରାଜଧାନୀର ଯୌନ ଶୋଷଣର ପ୍ରାଣକେନ୍ଦ୍ର ପାଲଟିଛି।

ଚନ୍ଦ୍ରଶେଖରପୁର ଥାନା ବୁଦ୍ଧ ବିହାର ଅଞ୍ଚଳରୁ ଗୁରୁବାର ବିଳମ୍ବିତ ରାତିରେ ଏକ ସେକ୍ସ ରାକେଟ୍‌ ଠାବ ହୋଇଥିଲା। ଆୟୁର୍ବେଦିକ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟର ନାମରେ ସେକ୍ସ ରାକେଟ୍‌ ଅପରେଟ୍‌ କରାଯାଉଥିଲା। ଦୁଇ ଯୁବତୀ ଖସି ଆସିବା ପରେ ଜଣାପଡ଼ିଥିଲା। ଆୟୁର୍ବେଦିକ୍‌ର କିଭଳି ଚିକିତ୍ସା ଦିଆଯାଉଥିଲା। ସେମାନେ ଗଣମାଧ୍ୟମ ଆଗରେ ନିଜର ଦୁଃଖକୁ ଗୋଟି ଗୋଟି କରି ବଖାଣିଛନ୍ତି। ଏଠାରୁ ଖସି ଆସିଥିବା ଦୁଇ ଯୁବତୀଙ୍କ କହିବା ଅନୁଯାୟୀ ଏମାନଙ୍କୁ ହୋଟେଲକୁ ଚାକିରି ବାହାନାରେ ଡାକାଯାଇଥିଲା। ପରେ ଏହି ଆୟୁର୍ବେଦିକ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟରରେ ରଖାଗଲା।  ଏଠାରେ ମସାଜ୍‌ ଏବଂ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରାଯାଉଥିଲା।

Related posts

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

November 7, 2026
ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

November 7, 2026

ସେହିପରି ଥରେ ଏଣ୍ଟ୍ରି ନେଲାମାତ୍ରେ କୌଣସି ଯୁବତୀ ଏଠାରୁ ଆଉ ଫେରି ପାରୁନାହାନ୍ତି। କାରଣ ସେମାନଙ୍କୁ ଜୀବନରୁ ମାରି ଦେବାକୁ କିମ୍ବା ପରିବାର ଲୋକଙ୍କୁ ଜୀବନରୁ ମାରି ଦେବାକୁ ବାଧ୍ୟ କରାଯାଉଥିଲା। ରାଜଧାନୀରେ ଆୟୁର୍ବେଦର ନାମକୁ ବ୍ୟବହାର କରି ଯେଉଁଭଳି  ଭାବେ ଅନୈତିକ କାର୍ଯ୍ୟକରାଯାଉଛି ତାହାକୁ ଖୋଦ୍‌ ଏହି ବେଦର ନିର୍ମାତା ବି ଆଶ୍ଚର୍ଯ୍ୟ ହେବେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।

କେବଳ ଚନ୍ଦ୍ରଶେଖରପୁର ବୁଦ୍ଧପାର୍କ ନୁହେଁ ଆୟୁର୍ବେଦରେ ଭୁବନେଶ୍ୱର ସହିଦନଗର, ସତ୍ୟବିହାର, ମଞ୍ଚେଶ୍ୱର, ନୟାପଲ୍ଲୀ, ବାଣୀବିହାର, କଳିଙ୍ଗବିହାର, ଖଣ୍ଡଗିରି ପ୍ରଭୃତି ସ୍ଥାନରେ ଏଭଳି ଉଦ୍ୟୋଗ ସର୍ବସାଧାରଣରେ ଉପସ୍ଥିତ ରହିଛି। ଏମାନେ ପାଖରେ ଆୟୁରର୍ବେଦ ଚିକିତ୍ସାର କିଛି ପ୍ରମାଣପତ୍ର ରହିଛି ନାଆ ନାହିଁ। ଆୟୁର୍ବେଦର କେଉଁ ଡିଗ୍ରୀ ଧାରୀ ମହିଳାମାନେ ଏଠାରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି। ଯଦି ଆୟୁର୍ବେଦ ନାମର ଅପବ୍ୟବହାର କରି ଏମାନେ ଏହି ନାମକୁ ନିୟମିତ ଭାବେ ଏବଂ ସର୍ବସାଧାରଣରେ କଦର୍ଥ କରୁଛନ୍ତି ତେବେ ପୁଲିସ ସେମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି। ଆୟୁର୍ବେଦ ନାମ କଦର୍ଥ ହେଉଥିଲେ ମଧ୍ୟ ଆୟୁସ ବିଭାଗ କଣ କରୁଛି ତାହାକୁ ନେଇ ପ୍ରଶ୍ନ ଉଠୁଛି।

Tags: bhubaneswarsex raket

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି
  • ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.