ଆମେରିକାର ଭର୍ଚୁଆଲ୍ ଅଟୋନୋମସ୍ ୟୁନିଭର୍ସିଟିରୁ ସାହିତ୍ୟ ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଏକ ସମ୍ମାନଜନକ ଡକ୍ଟରେଟ୍ ସମ୍ମାନ ଗ୍ରହଣ କରିଛନ୍ତି କେନ୍ଦୁଝର ଜିଲ୍ଲାର ଘଟଗାଁ ନିବାସୀ ଅବସରପ୍ରାପ୍ତ ପୋଲିସ ଅଧିକାରୀ କେଶବ ଚନ୍ଦ୍ର ମଲ୍ଲିକ୍ ଏବଂ ଶ୍ରୀମତୀ କୁସୁମରାଣୀ ମଲ୍ଲିକଙ୍କର ଏକ ମାତ୍ର ପୁତ୍ର ଦୁର୍ଗା ପ୍ରସାଦ ମଲ୍ଲିକ୍। ଏହି ସମ୍ମାନ ୨୬ ଜୁନ ୨୦୨୬ ରେ ନୂଆ ଦିଲ୍ଲୀର ଇଣ୍ଟରନ୍ୟାସନାଲ୍ ଯୁବ ହୋଷ୍ଟେଲ୍, ଚାଣକ୍ୟପୁରୀରେ ଡ୍ରଗ୍ ଦୁରୁପଯୋଗ ଓ ମାନବ ତସକରି ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅବସରରେ ପ୍ରଦାନ କରାଯାଇଥିଲା । ଡ଼ା. ସଚିଦାନନ୍ଦ ଶାଣ୍ଡିଲ୍ୟ, ଡ଼ା.ପି.ଏଲ. କୀର୍କିରେ, ଡ଼ା. ଅଜହର ଖାନ ଦୁର୍ଗାପ୍ରସାଦଙ୍କୁ ତାଙ୍କର କଳା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଡକ୍ଟରେଟ୍ ସମ୍ମାନ ପ୍ରଦାନ କରିଥିଲେ।

ପ୍ରକାଶ ଥାଉ କି ଦୁର୍ଗାପ୍ରସାଦ ଜାପାନିଜ ଫିଲ୍ମ “ଏଲିଏନ ଏକ୍ସଜିଟ”, ନେଟଫ୍ଲିକ୍ସର ବହୁଭାଷୀ ଆନିମେସନ ସିରିଜ “କୁରୁକ୍ଷେତ୍ର”, ପ୍ୟାନ ଇଣ୍ଡିଆ ଫିଲ୍ମ “ବ୍ୟାଟେଲ ଅଫ ସୋମନାଥ” ଫିଲ୍ମରେ କ୍ରିଏଟିଭ ଲେଖକ ଭାବରେ ନିଜର ପ୍ରତିଭାର ପରିଚୟ ଦେଇ ସାରିଥିବା ବେଳେ, ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ମୁଖା, ଜାଡ଼ ତାତି, ବନ୍ଦୀ, ବରଫପାଣି, ସଂଯୋଗ ପ୍ରଭୃତି ଗଳ୍ପ ଲେଖି ଉଦୟରାଗ ସମ୍ମାନ, ଗଳ୍ପଝର ସମ୍ମାନ, ସୃଜନଝର ସମ୍ମାନ ଏବଂ ନିକଟରେ ମାନସ ପୀଠ ଓ ସଂଯୋଗୀ ସଜଫୁଲ ସାହିତ୍ୟ ସଂସଦ ତରଫରୁ ‘ରାଜ୍ୟସ୍ତରୀୟ ଯୁବ ପ୍ରତିଭା’ ପୁରସ୍କାର ଗ୍ରହଣ କରିଛନ୍ତି।
ଏହା ଛଡ଼ା ସମାଜ ସେବାରେ ରୁଚି ରଖୁଥିବା ଦୁର୍ଗାପ୍ରସାଦ ନିଜର ଏନ.ଜି.ଓ ସଂସ୍ଥା ଜାଗୃତି ପରିବାର ଓ ସାଇ ଦୁର୍ଗାପ୍ରସାଦ ଫାଉଣ୍ଡେସନ ଦ୍ୱାରା ଗ୍ରାମୀଣ ଗରିବ ଶିକ୍ଷାର୍ଥୀଙ୍କ ଇଂରାଜୀ ଭାଷା ଶିକ୍ଷା ଓ କମ୍ପ୍ୟୁଟର ଜ୍ଞାନ ଶିକ୍ଷା କୁ ନିଶୁକ୍ଳ ଭାବରେ ଦେଇଆସୁଛନ୍ତି।

ଗ୍ରାମୀଣ ମହିଳା ସଂଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଦୁର୍ଗାପ୍ରସାଦ “ମିଲି ର ଏନସାଇକ୍ଲୋପିଡ଼ିଆ”, “ତ୍ରିଦେବୀ” ପରି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଦର୍ଶକ ମହଲରେ ପ୍ରସଂଶା ସାଉଁଟିଥିବା ସହ ମୁଁ ଓଡ଼ିଆ ମୁଁ ହିରୋ ପୁରସ୍କାର ଗ୍ରହଣ କରିଥିଲେ। ଦୁର୍ଗାପ୍ରସାଦଙ୍କ ଦ୍ଵାରା ନିର୍ମିତ ମହିଳା କ୍ରିକେଟ କ୍ଲବ “କ୍ୱିନସ୍ କ୍ରିକେଟ କ୍ଲବ” ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିଚାଲିଛି। ବର୍ତ୍ତମାନ ଭୁବନେଶ୍ୱରସ୍ଥିତ “ବ୍ରେକ ଟାଇମ ଓଡ଼ିଶା” ମେଡ଼ିଆ ହାଉସର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟକରୁଥିବା ଦୁର୍ଗାପ୍ରସାଦଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି।
