ବାହାଘର ଭୋଜିରେ ମଟନ୍ ବଦଳରେ ଚିକେନ୍ ଦେବାରୁ କ୍ୟାଟରିଂ ଯୁବକଙ୍କ ବେକ କାଟିଲେ ୪ ନାବାଳକ। ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତର ଯୁବକଙ୍କୁ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣରେ ସମ୍ପୃକ୍ତ ୪ ନାବାଳକଙ୍କୁ ଅନୁଗୁଳ ସୁଧାର ଗୃହକୁ ପଠାଇଛି ରେମୁଣା ପୁଲିସ।
ସୂଚନା ଅନୁଯାୟୀ, ଗତ ୨୪ ତାରିଖ ରାତିର ଘଟଣା । ବିବାହ ଭୋଜିରେ ଛେଳି ମାଂସ ବଦଳରେ କୁକୁଡ଼ା ମାଂସ ପରଷିବାରୁ ଜଣେ କ୍ୟାଟରିଂ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ୪ ଜଣ ନାବାଳକ । ରେମୁଣା ପୁଲିସ ମାମଲା ରୁଜ୍ଜୁ କରି ଏହି ଘଟଣାରେ ୪ ନାବାଳକଙ୍କୁ ସୁଧାର ଗୃହକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

