Saturday, May 30, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଝାରସୁଗୁଡ଼ାରେ ପୋଲିସର ଆକ୍ସନ, ପୁଣି ଏନକାଉଣ୍ଟର

Sanchar Live by Sanchar Live
May 30, 2026
in ଅପରାଧ
0
ଝାରସୁଗୁଡ଼ାରେ ପୋଲିସର ଆକ୍ସନ, ପୁଣି ଏନକାଉଣ୍ଟର

Oplus_131072

0
SHARES
16
VIEWS
FacebookTwitter

ଝାରସୁଗୁଡ଼ାରେ ଆକ୍ସନରେ ପୁଣି ପୋଲିସ । ସମ୍ବଲପୁର, ଭୁବନେଶ୍ୱର, ବ୍ରହ୍ମପୁର ପରେ ଏବେ ଝାରସୁଗୁଡ଼ାରେ ଏନକାଉଣ୍ଟର । ଅପରାଧୀଙ୍କୁ ମୁହଁତୋଡ ଜବାବ ଦେଉଛି ଓଡ଼ିଶା ପୋଲିସ । ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ପୋଲିସର ବଡ଼ଧରଣର ଏନକାଉଣ୍ଟର ହୋଇଛଇ। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅପରାଧୀକୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ତାର ସହଯୋଗୀଙ୍କ ସହ ମିଶି ରେଙ୍ଗାଳି ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲା। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅପରାଧୀମାନେ ଛତ୍ରଭଙ୍ଗ ଦେବା ସହ ପୋଲିସ ଉପରକୁ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ। ଆତ୍ମରକ୍ଷା ସହ ଅପରାଧୀକୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା। ଏହି ଗୁଳି ବିନିମୟ ସମୟରେ ଏକ ଗୁଳି ଜୟ ଚୌହାନର ଡାହାଣ ଗୋଡ଼ରେ ବାଜିଥିଲା, ଯାହାଫଳରେ ସେ ସେଠାରେ ଟଳି ପଡ଼ିଥିଲା।

ସେପଟେ ଏନକାଉଣ୍ଟର ବେଳେ ଜୟର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତ ଜୟ ଚୌହାନ ଜଣେ ପେସାଦାର ଅପରାଧୀ। ତାର ନାମରେ ପୂର୍ବରୁ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଏବଂ ଆର୍ମସ ଆକ୍ଟ ସମେତ ୧୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି।

ଗତ ୨୦ ତାରିଖରେ ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧି ବଣ୍ଟି ସୁନାକୁ ପୋଲିସ କରିଥିଲା ଏନକାଉଣ୍ଟର। ପୋଲିସ ବଣ୍ଟିକୁ ଧରିବା ପାଇଁ ପିଛା କରିଥିବା ସମୟରେ ବଣ୍ଟି ସୁନା ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୋଲିସ ବଣ୍ଟି ସୁନାକୁ ଏନକାଉଣ୍ଟର କରିଥିଲା। ଫଳରେ ତା’ର ବାମ ଗୋଡରେ ଗୁଳି ବାଜିଥିଲା । ବଣ୍ଟିକୁ ପ୍ରଥମେ ଚାରମାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବଣ୍ଟି ବିଶେଷ କରି ଗଞ୍ଜେଇ ଚୋରାଚାଲାଣକାରୀ ଭାବେ ଜଣାଶୁଣା ଥିଲା । ବଣ୍ଟି ବିଭିନ୍ନ ଜିଲ୍ଲାରୁ ଗଞ୍ଜେଇ ଚାଲାଣ କରୁଥିଲା ଏବଂ ଗଞ୍ଜେଇ ଯେତେବେଳେ ଯାଉଥିଲା ତାକୁ ଏସ୍କଟ ଦେଉଥିଲା । ଏହି କାରଣରୁ ପୋଲିସ ତା‘ଉପରେ ନଜର ରଖିଥିଲା ।

ସେହିପରି ଗତ ୧୭ ତାରିଖରେ ସମ୍ବଲପୁରର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲାବେଳେ ଖସି ଯିବାକୁ ଉଦ୍ୟମ କରୁଥିବା ଅପରାଧି ମନିଷ ସାହୁକୁ ପୋଲିସ୍ ଏନକାଉଣ୍ଟର କରିଥିଲା। ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତର ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମନୀଷ ନାଁରେ ପୂର୍ବରୁ ଏକାଧିକ ଥାନାରେ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି ।

Tags: encounterjharsuguda
ShareTweetShareSend
Sanchar Live

Sanchar Live

Next Post
ଆଜି ଏହିସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଆଜି ଏହିସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାଜଧାନୀରେ କାରକୁ ଘୋଷାଡ଼ି ନେଲା ହାଇୱା
  • ଆଜି ଏହିସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ଝାରସୁଗୁଡ଼ାରେ ପୋଲିସର ଆକ୍ସନ, ପୁଣି ଏନକାଉଣ୍ଟର
  • ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି SIR
  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜୁନ୍ ୩ରେ ଶପଥ ନେବେ ଡିକେ ଶିବକୁମାର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.