ଶେଷ ହେବାକୁ ଯାଉଛି ମେ’ ମାସ । ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ ଜୁନ୍ ମାସ । ପ୍ରତି ମାସ ପରି ପରବର୍ତ୍ତୀ ମାସ ଦେଶରେ ଅନେକ ବଡ଼ ପରିବର୍ତ୍ତନ ଆଣିବ, ଯାହା ପ୍ରଥମ ଦିନରୁ କାର୍ଯ୍ୟକାରୀ ହେବ । ଆଉ ଏହି ପରିବର୍ତ୍ତନ ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ପକେଟରେ ଅନୁଭୂତ ହେବ । ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ LPG ସିଲିଣ୍ଡର ମୂଲ୍ୟ ଠାରୁ ଆରମ୍ଭ କରି ATF ମୂଲ୍ୟ ପର୍ଯ୍ୟନ୍ତ ବିମାନ ଯାତ୍ରାକୁ ପ୍ରଭାବିତ କରୁଥିବା ସବୁକିଛି ଅନ୍ତର୍ଭୁକ୍ତ । ଆସନ୍ତୁ ଏମିତି କିଛି ପ୍ରମୁଖ ପରିବର୍ତ୍ତନ ବିଷୟରେ ଜାଣିବା ଯାହା ଜୁନ୍ ୧, ୨୦୨୬ ରେ କାର୍ଯ୍ୟକାରୀ ହେବାକୁ ଯାଉଛି ।
ପ୍ରଥମ ପରିବର୍ତ୍ତନ: LPG ମୂଲ୍ୟ ବୃଦ୍ଧି
ପ୍ରତି ମାସର ପ୍ରଥମ ଦିନ ତୈଳ ବିପଣନ କମ୍ପାନୀଗୁଡ଼ିକ LPG ସିଲିଣ୍ଡର ମୂଲ୍ୟ ସଂଶୋଧନ କରନ୍ତି ଏବଂ ନୂତନ ଦର ଲାଗୁ କରନ୍ତି । ଜୁନ୍ ମାସର ପ୍ରଥମ ଦିନ LPG ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଦେଖାଯାଇପାରେ । ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଗତ କିଛି ମାସ ମଧ୍ୟରେ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହା ପରେ ଦିଲ୍ଲୀରେ ବର୍ତ୍ତମାନ ୧୪ କିଲୋଗ୍ରାମ ଘରୋଇ LPG ସିଲିଣ୍ଡର ୯୧୩ ଟଙ୍କାରେ ଉପଲବ୍ଧ, ଯେତେବେଳେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ୨୦୭୮ ଟଙ୍କାରେ ମିଳୁଛି ।
ଦ୍ବିତୀୟ ପରିବର୍ତ୍ତନ- ATF ମୂଲ୍ୟ
କେବଳ ଏଲପିଜି ସିଲିଣ୍ଡର ନୁହେଁ, ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏୟାର ଟର୍ବାଇନ୍ ଇନ୍ଧନ (ATF) ର ମୂଲ୍ୟ ମଧ୍ୟ ପରବର୍ତ୍ତନ କରନ୍ତି । ଏହି ମୂଲ୍ୟରେ ଯେକୌଣସି ପରିବର୍ତ୍ତନ ସିଧାସଳଖ ବିମାନ ଯାତ୍ରୀଙ୍କ ପକେଟକୁ ପ୍ରଭାବିତ କରେ । ମଧ୍ୟପ୍ରାଚ୍ୟ ଉତ୍ତେଜନା ଦ୍ୱାରା ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି ଏବଂ ଦିଲ୍ଲୀରେ ଜେଟ୍ ଇନ୍ଧନର ମୂଲ୍ୟ ବର୍ତ୍ତମାନ ପ୍ରତି କିଲୋଲିଟର ୧,୦୪,୯୨୭ ରହିଛି ।
ତୃତୀୟ ପରିବର୍ତ୍ତନ: HDFC Bank ନିୟମ
ଜୁନ୍ ୧, ୨୦୨୬ ଠାରୁ HDFC ବ୍ୟାଙ୍କ ଏହାର କରେଣ୍ଟ ଆକାଉଣ୍ଟ ସମେତ ଅନ୍ୟ ଆକାଉଣ୍ଟ ପାଇଁ ନିୟମ ପରିବର୍ତ୍ତନ କରିବ । ବ୍ୟାଙ୍କର ୱେବସାଇଟରେ ଥିବା ସୂଚନା ଅନୁସାରେ, ଛୋଟ ନୋଟ୍ ଏବଂ କଏନର ନଗଦ ଜମା ଉପରେ ନୂତନ ସୀମା ଏବଂ ନୂତନ ଚାର୍ଜ ଜୁନ୍ ୧ ତାରିଖରୁ ଲାଗୁ ହେବ । ଏପର୍ଯ୍ୟନ୍ତ, ଏହି ଛୋଟ ନୋଟ୍ଗୁଡ଼ିକର ନଗଦ ଜମା ଉପରେ କୌଣସି ମାସିକ ସୀମା ନଥିଲା, କିନ୍ତୁ ନୋଟ୍ ଜମା ଉପରେ ପ୍ରାୟ ୪% ଏବଂ ମୁଦ୍ରା ଉପରେ ପ୍ରାୟ ୫% ଚାର୍ଜ ଲାଗୁ କରାଯାଉଥିଲା । ଏହା ଏବେ ପରିବର୍ତ୍ତନ ହେଉଛି ।
ବ୍ୟାଙ୍କ ଅନୁଯାୟୀ, ନୂତନ ନିୟମ ଅନୁଯାୟୀ 20 ଟଙ୍କା କିମ୍ବା ତା’ଠାରୁ କମ୍ ନୋଟ୍ ପାଇଁ ସୀମା ପ୍ରତି ମାସରେ ୧୦ ହଜାର । ସେହିପରି ପ୍ରତି ମାସରେ କେବଳ ୫ ହଜାର ମୁଦ୍ରା ଜମା କରିପାରିବେ । ଏହି ସୀମାଠାରୁ ଅଧିକ ନଗଦ ଜମା ପାଇଁ ଅତିରିକ୍ତ 2% ଶୁଳ୍କ ଦେବାକୁ ପଡିବ ।
ଚତୁର୍ଥ ପରିବର୍ତ୍ତନ: ଜୁନରେ ବ୍ୟାଙ୍କ୍ ଛୁଟି
ଜୁନ୍ ମାସରେ ଅନେକ ବ୍ୟାଙ୍କ ଛୁଟି ଅଛି । ବିଭିନ୍ନ ଅବସରରେ ମହରମ୍ ଠାରୁ ସନ୍ଥ ଗୁରୁ କବୀର ଜୟନ୍ତୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହର ଏବଂ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । RBI ବ୍ୟାଙ୍କ ଛୁଟି ତାଲିକା ଅନୁଯାୟୀ, ସପ୍ତାହର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସାପ୍ତାହିକ ଛୁଟି ଭାବରେ ବନ୍ଦ ରହିବ । ଏହା ବ୍ୟତୀତ ଜୁନ୍ ୧୫, ୨୫, ୨୬, ୨୯ ଏବଂ ୩୦ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ସୂଚନା ଅନୁସାରେ ବ୍ୟାଙ୍କ ଛୁଟି ରାଜ୍ୟ ଅନୁସାରେ ଭିନ୍ନ ହୋଇପାରେ। ଏହି ଛୁଟିଦିନଗୁଡ଼ିକରେ ଅନଲାଇନ୍ ବ୍ୟାଙ୍କିଂ 24×7 ଉପଲବ୍ଧ ହେବ ।
