ଗିରିରୋଡରେ ଯୁବକକୁ ତଳେ ପକାଇ ମାଡ଼ ମାରିବା ଘଟଣା । ମାମଲାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯିବା ନେଇ ପ୍ରତିକ୍ରିୟା ରଖିଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ଆଣ୍ଟି ସୋସିଆଲମାନେ ସୁଧିରୁ ଯାଆନ୍ତୁ, ନତୁବା କ୍ରାଇମ ଦୁନିଆ ଛାଡ଼ି ଚାଲିଯାଆନ୍ତୁ । ଅପରାଧିମାନଙ୍କୁ ଏପରି କଡ଼ା ଚେତାବନୀ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ସେ କହିଛନ୍ତି କି, ସମସ୍ତ ଅପରାଧି ମାନଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବ୍ରହ୍ମପୁରରେ ଏନକାଉଣ୍ଟର କରାଯିବା ନେଇ ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି କି, ଅଭିଯୁକ୍ତ ମୁକେଶକୁ ଗତ ବୁଧବାର ଧରିବା ପରେ ତାକୁ ଧରି ତା’ର ଅନ୍ୟ ସହଯୋଗୀଙ୍କୁ କାବୁ ପାଇଁ ଟାମଣା ଘାଟିକୁ ଯାଇଥିଲା ପୋଲିସ । ଟାମଣା ଘାଟିରେ ମୁକେଶ ଟାଉନ ଏଏସଆଇଙ୍କ ବନ୍ଧୁକ ଛଡ଼ାଇ ନେଇ ଅଘଟଣ ଘଟାଇବାକୁ ଚେଷ୍ଟା କରିଥିଲା । ପୋଲିସ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ମୁକେଶକୁ ଏନକାଉଣ୍ଟର କରିଛି । ଫେରାର ଥିବା ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।
