Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ନୂଆ ଶ୍ରମ ଆଇନ, ବଦଳିବ ଏହିସବୁ ନିୟମ

Sanchar Live by Sanchar Live
May 13, 2026
in ଭାରତ
0
0
SHARES
52
VIEWS
Facebook
Twitter

ନୂଆ ଶ୍ରମ ଆଇନ ସହିତ ଜଡିତ ସମସ୍ତ ନିୟମକୁ ନୋଟିଫାଏ କରିଦିଆଯାଇଛି । ଏସବୁକୁ ନେଇ କେନ୍ଦ୍ର ସରକାର ଆଣିଛନ୍ତି ଏକ ବଡ଼ ପରିବର୍ତ୍ତନ । ଦେଶର ପୁରୁଣା ୨୯ଟି ଶ୍ରମ ଆଇନକୁ ହଟାଇ ଏବେ ଲାଗୁ ହେବାକୁ ଯାଉଛି ‘୪ଟି ନୂଆ ଲେବର କୋଡ୍’ । ଏଥିରେ ଦରମା, ଇଣ୍ଡଷ୍ଟ୍ରିଆଲ ରିଲେସନ, ସୋସିଆଲ ସିକ୍ୟୁରିଟି ଏବଂ କାମ ସହିତ ସଡିତ ସିକ୍ୟୁରିଟି ଏବଂ ୱାର୍କ କଲ୍ଚର ରହିଛି । ସରକାର ଏହି ନିୟମଗୁଡ଼ିକୁ ଖୁବଶୀଘ୍ର ସାରା ଦେଶରେ ଲାଗୁ କରିବାକୁ ଯାଉଛନ୍ତି ।

ଗ୍ରାଚ୍ୟୁଇଟି ନିୟମରେ କୋହଳ:

Related posts

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

November 8, 2026
ଆଜି ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ

ଆଜି ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ

November 8, 2026

ପୂର୍ବରୁ ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷ କାମ କରିବା ଜରୁରୀ ଥିଲା । କିନ୍ତୁ ଏବେ ‘ଫିକ୍ସଡ୍ ଟର୍ମ’ କର୍ମଚାରୀଙ୍କ ପାଇଁ ମାତ୍ର ବର୍ଷେ ଚାକିରି ପରେ ଗ୍ରାଚ୍ୟୁଇଟି ସୁବିଧା ମିଳିବ । ସାଧାରଣ କର୍ମଚାରୀଙ୍କ ପାଇଁ ଏହି ସୀମା ୫ ବର୍ଷ ରହିଛି ।

ଦରମା ଓ ପିଏଫ୍ ରେ ବଡ଼ ପରିବର୍ତ୍ତନ:

ଏବେ ଆପଣଙ୍କ ହାତକୁ ଆସୁଥିବା ‘ଇନ୍-ହ୍ୟାଣ୍ଡ ସାଲାରୀ’ କମିପାରେ, କିନ୍ତୁ ଭବିଷ୍ୟତ ସୁରକ୍ଷିତ ହେବ । ଆପଣଙ୍କ ମୋଟ ଦରମା (CTC) ର ଅତିକମରେ ୫୦% ବେସିକ୍ ସାଲାରୀ ହେବା ଅନିର୍ବାଯ୍ୟ । ବେସିକ୍ ସାଲାରୀ ବଢ଼ିବା ଦ୍ୱାରା ଆପଣଙ୍କ ପିଏଫ୍ କାଟ୍ ଅଧିକ ହେବ, ଯାହାଫଳରେ ଅବସର ସମୟରେ ଆପଣଙ୍କୁ ମୋଟା ଅଙ୍କର ଅର୍ଥ ମିଳିବ ।

ସପ୍ତାହକୁ ମାତ୍ର ୪ ଦିନ କାମ, ୩ ଦିନ ଛୁଟି:

ନୂଆ ନିୟମ ଅନୁଯାୟୀ, ଜଣେ କର୍ମଚାରୀଙ୍କୁ ସପ୍ତାହକୁ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ପଡ଼ିବ । ଯଦି କମ୍ପାନୀ ଚାହେଁ, ତେବେ ଦିନକୁ ୧୨ ଘଣ୍ଟା କାମ କରାଇ କର୍ମଚାରୀଙ୍କୁ ସପ୍ତାହକୁ ୪ ଦିନ କାମ ଏବଂ ୩ ଦିନ ଛୁଟିର ବିକଳ୍ପ ଦେଇପାରିବ ।

ସମାନ କାମକୁ ସମାନ ଦରମା ଓ ଓଭରଟାଇମ୍:

ପୁରୁଷ ହେଉ କି ମହିଳା, ସମାନ କାମ ପାଇଁ କାହାରିକୁ କମ୍ ଦରମା ମିଳିବ ନାହିଁ । ଯଦି ଆପଣ ନିର୍ଦ୍ଧାରିତ ସମୟରୁ ଅଧିକ କାମ କରୁଛନ୍ତି, ତେବେ ଓଭରଟାଇମ୍ ପାଇଁ ଦୁଇଗୁଣା ଦରମା ଦେବାକୁ କମ୍ପାନୀ ବାଧ୍ୟ । ଇସ୍ତଫା କିମ୍ବା ଛଟେଇ ହେବାର ୨ ଦିନ ମଧ୍ୟରେ ସମସ୍ତ ବକେୟା ପାଉଣା ପରିଶୋଧ କରିବାକୁ ହେବ ।

ଶ୍ରମିକଙ୍କ କଲ୍ୟାଣ ଓ ସୁରକ୍ଷା:

ମହିଳାମାନେ ସକାଳ ୬ଟା ପୂର୍ବରୁ କିମ୍ବା ସନ୍ଧ୍ୟା ୭ଟା ପରେ ଅର୍ଥାତ୍ ନାଇଟ୍ ସିଫ୍ଟ କାମ କରନ୍ତି, ତେବେ ସେମାନଙ୍କ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ କମ୍ପାନୀର ରହିବ ।
ହେଲ୍ଥ ଚେକଅପ୍: କମ୍ପାନୀ ନିଜ ଖର୍ଚ୍ଚରେ କର୍ମଚାରୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଇବ ।
କ୍ୟାଣ୍ଟିନ୍ ଓ ଆମ୍ବୁଲାନ୍ସ: ୧୦୦ରୁ ଅଧିକ ଶ୍ରମିକ ଥିଲେ କ୍ୟାଣ୍ଟିନ୍ ଏବଂ ୫୦୦ରୁ ଅଧିକ ଥିଲେ ଆମ୍ବୁଲାନ୍ସ ରୁମ୍ ରହିବା ଜରୁରୀ ।
ବିପଦପୂର୍ଣ୍ଣ କାମ ପାଇଁ ଗର୍ଭବତୀ ମହିଳାଙ୍କୁ କାମ ଦେବା ଉପରେ ପ୍ରତିବନ୍ଧକ ରହିବ ।
ପ୍ରବାସୀ ଶ୍ରମିକ: ୧୦ରୁ ଅଧିକ ପ୍ରବାସୀ ଶ୍ରମିକ ଥିଲେ ସେମାନଙ୍କୁ ବର୍ଷକୁ ଥରେ ଘରକୁ ଯିବା ପାଇଁ ଯାତ୍ରା ଭତ୍ତା ମିଳିବ ।
ଠିକାଦାର ଦରମା ନ ଦେଲେ କମ୍ପାନୀ ଦାୟୀ ହେବ ।

ଛଟେଇରେ କ’ଣ ରହିବ ନିୟମ :

ଯଦି କୌଣସି କମ୍ପାନୀ କର୍ମଚାରୀଙ୍କୁ ବାହାର କରିବାକୁ ଚାହେଁ, ୧୦୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାରେ ‘ୱାର୍କ କମିଟି’ ଗଠନ ହେବ । ୩୦୦ରୁ ଅଧିକ ଶ୍ରମିକ ଥିବା କମ୍ପାନୀକୁ ଛଟେଇ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ଏବଂ ୩ ମାସ ପୂର୍ବରୁ ନୋଟିସ୍ ଦେବାକୁ ହେବ । ତେବେ ଏହି ନୂଆ ଲେବର କୋଡ୍ ଦ୍ୱାରା ଦେଶର ଶ୍ରମିକ ଶ୍ରେଣୀ ଅଧିକ ସୁଦୃଢ଼ ହେବେ ବୋଲି ଆଶା କରାଯାଉଛି ।

Tags: indiaLabour law

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ
  • ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.