Sunday, September 27, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଟେବୁଲ ଟପ୍ପର ହେବାକୁ RCB ର ଲକ୍ଷ୍ୟ, ଆଗରେ କୋଲକାତା

Sanchar Live by Sanchar Live
May 13, 2026
in କ୍ରୀଡ଼ା
0
ଟେବୁଲ ଟପ୍ପର ହେବାକୁ RCB ର ଲକ୍ଷ୍ୟ, ଆଗରେ କୋଲକାତା
0
SHARES
10
VIEWS
FacebookTwitter

ଚଳିତ ଆଇପିଏଲ୍‌ ୫୭ତମ ଲିଗ୍ ମୁକାବିଲାରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ (ଆରସିବି) ଘରୋଇ ଗ୍ରାଉଣ୍ଡ୍‌ରେ କୋଲକାତା (କେକେଆର)କୁ ଭେଟିବ । ଏହି ମ୍ୟାଚ ଜିତି ବେଙ୍ଗାଲୁରୁ ପ୍ଲେ-ଅଫ୍‌ରେ ସ୍ଥାନ ସୁରକ୍ଷିତ କରିବାକୁ ପ୍ରୟାସ କରିବ । ୧୦ଟି ମ୍ୟାଚ ଖେଳି ୯ ପଏଣ୍ଟ ଅର୍ଜନ କରିଥିବା କୋଲକାତା ପାଇଁ ବିଜୟ ଜରୁରି । ପ୍ଲେ- ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଦଳକୁ ଶେଷ ୪ଟି ଯାକ ମ୍ୟାଚ ଜିତିବାକୁ ହେବ । ତେଣୁ ଆଜି କୋଲକାତା ସବୁ ଶକ୍ତି ଲଗାଇ ବିଜୟ ଧାରା ଅବ୍ୟାହତ ରଖିବାକୁ ପ୍ରୟାସ କରିବ ।

କୋଲକାତା ପ୍ରଥମ ୬ଟି ମ୍ୟାଚରୁ ମାତ୍ର ୧ ପଏଣ୍ଟ ଅର୍ଜନ କରିଥିଲା । ପଞ୍ଜାବ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ଏହି ପଏଣ୍ଟ ମିଳିଥିଲା । ମାତ୍ର ଏହାପରେ କୋଲକାତା ଲଢୁଆ ପ୍ରତ୍ୟାବର୍ତ୍ତନ କରିଛି । କ୍ରମାନ୍ୱୟରେ ୪ଟି ମ୍ୟାଚ ଜିତି ଦଳ ପ୍ଲେ-ଅଫ୍ ଆଶା ବଞ୍ଚାଇ ରଖିଛି ।

ବେଙ୍ଗାଲୁରୁକୁ ହରାଇବାକୁ ହେଲେ କୋଲକାତାକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ଏପଟେ ପ୍ରମୁଖ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ହୋଇଥିବାରୁ ସ୍ପିନ ବିଭାଗକୁ ନେଇ କୋଲକାତାର ଚିନ୍ତା ବଢ଼ିଯାଇଛି । ବେଙ୍ଗାଲୁରୁ ଓପନର ଫିଲ ସଲ୍ଟ ଆହତ ହୋଇ ସ୍ୱଦେଶ ଫେରିଛନ୍ତି । ମାତ୍ର ସେ ଖୁବ ଶୀଘ୍ର ଦଳକୁ ଫେରିବେ ବୋଲି ଜଣା ପଡ଼ିଛି । ଆଜି ସେ ଅନୁପସ୍ଥିତ ରହିବେ । ପୂର୍ବ ଭଳି ଜାକବ ବେଥେଲ ଏକାଦଶରେ ସ୍ଥାନ ବଜାୟ ରଖିବେ । ସେହିପରି ରୋମାରିଓ ସେଫର୍ଡଙ୍କ ସ୍ଥାନରେ ଆଉ ଜଣେ ପେସ୍ ବୋଲର ଭାବେ ଜାକବ ଡଫିଙ୍କୁ ସୁଯୋଗ ମିଳିପାରେ ।

କୋଲକାତା ଆହତ ବରୁଣଙ୍କ ସ୍ଥାନରେ ପ୍ରଶାନ୍ତ ସୋଲାଙ୍କି କିମ୍ବା ଦକ୍ଷ କାମରାଙ୍କୁ ଖେଳାଇବା ସମ୍ଭାବନା ରହିଛି । ମଥିଶା ପତିରଣା ସମ୍ପୂର୍ଣ୍ଣ ଫିଟ୍ ଥିଲେ ହେଁ ଆଜି ଏକାଦଶରେ ସ୍ଥାନ ହାସଲ କରିବାର ସମ୍ଭାବନା ନାହିଁ ।

ଆଜି ଭୁବନେଶ୍ୱର କୁମାରଙ୍କ ଉପରେ ନଜର ରହିବ । ସେ ଗତ ରବିବାର ଏହି ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ମୁମ୍ବାଇ ବିପକ୍ଷ ମ୍ୟାଚରେ ୪ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୋଲକାତା ପକ୍ଷରୁ ଫିନ ଆଲେନଙ୍କ ପ୍ରଦର୍ଶନକୁ ଦର୍ଶକ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିବେ । ସେ ଗତ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ ।

ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ସାମାନ୍ୟ ମନ୍ଥର ରହିବ । ସ୍ପିନରମାନେ ପିଚ୍‌ ଫାଇଦା ଉଠାଇ ପାରିବେ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଦ୍ୱିତୀୟ ଭାବରେ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ବେଙ୍ଗାଲୁରୁ: ଜାକବ ବେଥେଲ, ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ, ରଜତ ପାଟିଦାର (ଅଧିନାୟକ), ଜିତେଶ ଶର୍ମା, କୃନାଲ ପାଣ୍ଡ୍ୟା, ଟିମ ଡେଭିଡ୍, ରୋମାରିଓ ସେଫର୍ଡ/ଜାକବ ଡଫି, ରସିକ ସଲାମ, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍, ସୂୟାଶ ଶର୍ମା ।

କୋଲକାତା: ଫିନ ଆଲେନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରୀଶ ରଘୁବଂଶୀ, କାମେରନ ଗ୍ରୀନ, ରିଙ୍କୁ ସିଂହ, ମନୀଷ ପାଣ୍ଡେ, ରୋଭମାନ ପାୱେଲ, ସୁନୀଲ ନାରାଏନ, ଅନୁକୂଳ ରୟ, କାର୍ତ୍ତିକ ତ୍ୟାଗୀ, ବୈଭବ ଆରୋରା, ପ୍ରଶାନ୍ତ ସୋଲାଙ୍କି/ଦକ୍ଷ କାମରା ।

Tags: IPL 2026kkr vs rcb
ShareTweetShareSend
Sanchar Live

Sanchar Live

Next Post
ସହିଦ ନଗର ସବର ସାହିରେ ଛୁରା ମାଡ଼

ସହିଦ ନଗର ସବର ସାହିରେ ଛୁରା ମାଡ଼

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପଶ୍ଚିମ ନେପାଳରେ ତିବ୍ବତ ସୀମାରେ ଭୟଙ୍କର ହିମସ୍ଖଳନ
  • ଗୁଳିମାଡ଼ରେ ଥରିଲା ଦକ୍ଷିଣ ଆଫ୍ରିକା, ୧୭ ମୃତ
  • ରବିବାର ସତ୍ତ୍ୱେ ବ୍ୟାଙ୍କଗୁଡ଼ିକ ଖୋଲା, ଶୀଘ୍ର ସାରନ୍ତୁ କାମ
  • ଆଜି ପବିତ୍ର ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦା ତିଥି
  • ପାରାସିଟାମଲ ବଦଳରେ ଡାଇବେଟିସ୍ ଔଷଧ, ICUରେ ୫ ପିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.