ଦଳକୁ ମଜଭୁତ କରିବାକୁ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟବାସୀ ଆମକୁ ୨୪ ବର୍ଷ କ୍ଷମତା ଦେଇଥିଲେ। ଏବେ ମଧ୍ୟ ଆମେ ରାଜ୍ୟର ବଡ଼ ଦଳ। ଆମର ସଫଳତା ପାଇଁ ବିଜେଡିର ପ୍ରତି କର୍ମୀ ଗର୍ବ କରିବା ଉଚିତ। ଯାଜପୁର ଜିଲ୍ଲା କାର୍ଯ୍ୟକାରିଣୀରେ ଏମିତି କିଛି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ସେ ଆହୁରି ମଧ୍ୟ କହିଛନ୍ତି କି, ଲୋକଙ୍କ ଏହି ଭଲ ପାଇବା ଆମର ବଡ଼ ବଳ। ଦଳ ସବୁବେଳେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଛି। ତେଣୁ ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ତେଣୁ ସଂଗଠନକୁ ଆହୁରି ମଜଭୁତ କରିବା ଓ ଲୋକଙ୍କ ସହ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ । ବିଜେପି ସରକାର ଏବେ ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି। ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଲଢ଼ିବାକୁ ହେବ। ଯୁବ, ଚାଷୀ ଓ ମିଛ ପ୍ରଚାର ବିରୋଧରେ ଆମକୁ ଲଢ଼ିବାକୁ ହେବ। ଆସନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରତ୍ବ ଦେଇ ଏଇ ଲଢ଼େଇ କୁ ଜୋରଦାର କରିବା।

