ସଂଚାର ବ୍ୟୁରୋ: ପଶ୍ଚିମବଙ୍ଗରୁ ପୁଣି ଆସିଛି ଲଜ୍ଜାଜନକ ଘଟଣା। ଏଠାରେ ଜଣେ ୧୫ ବର୍ଷୀୟ ଝିଅ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୌନ ନିର୍ଯାତନା ପରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ବେଙ୍ଗଲର ହୁଗଲୀରେ ଏପରି ଘଟଣା ଘଟିଛି। ଗୋଟିଏ ପଟେ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ହସ୍ପିଟାଲ ଭିତରେ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବେଙ୍ଗଲ ଅଶାନ୍ତ ହୋଇ ଉଠିଥିବା ବେଳେ ପୁଣି ଗୋଟିଏ ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି