୮ ନିଲମ୍ଵିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି ଟିମ

0
SHARES
10
VIEWS

୮ ନିଲମ୍ଵିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି। ଶଙ୍ଖ ଭବନରେ ବୈଠକ ପରେ ବିଜେଡି ବିଧାୟକ ଟିମ୍ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ଦାବି କରିଛନ୍ତି। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଏବଂ ଦଳ ବିରୋଧୀ କାମ କରି ଏହି ୮ ବିଧାୟକଙ୍କୁ ବିଜେଡି ନିଲମ୍ଵିତ କରିଥିଲା। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ସୌଭିକ୍ ବିଶ୍ଵାଳ, ଦେବୀ ରଞ୍ଜନ ତ୍ରିପାଠୀ, ଚନ୍ଦ୍ରମଣି କହଁର, ସୁବାଷିନୀ ଜେନା, ନବ କିଶୋର ମଲ୍ଲିକ ଏବଂ ରମାକାନ୍ତ ଭୋଇ ନିଲମ୍ବିତ ହୋଇଥିଲେ। ପୂର୍ବରୁ ଦଳ ବିରୋଧୀ କାମ କରି ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର ନିଲମ୍ବିତ ହୋଇଥିଲେ।..

ଏନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସମ୍ବିଧାନବିତ୍ ଓ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ବାଚସ୍ପତିଙ୍କ ନିକଟରେ ଦାବି କରିଛି। ରାଜ୍ୟସଭା ନିର୍ବାଚନର ଦୁଇ ଦିନ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୁଖ୍ୟାଳୟ ଛାଡିବନି ଓ ଦଳୀୟ ବୈଠକରେ ଯୋଗ ଦେବେ ବୋଲି ହ୍ଵିପ୍ ଜାରି କରିଥିଲେ। ଯାହା ସେମାନେ କରିନଥିଲେ। ବରଂ ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ୨୦୧୭ ଡିସେମ୍ଵର ୪ରେ ଶରଦ ଯାଦବଙ୍କ ରାଜ୍ୟସଭା ପଦ ରଦ୍ଦ ହୋଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଶିମଲାରେ ବି ୬ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥିଲା। ବିଜେଡି ନେତୃତ୍ଵ ବିରୋଧରେ ସର୍ବ ସମ୍ମୁଖରେ କହିବା ହିଁ ନିଜ ଆଡୁ ଦଳ ଛାଡ଼ିବା ସହ ସମାନ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ କହିଛନ୍ତି ଯେ, ଯେଉଁମାନେ ଦଳ ବିରୋଧୀ କାମ କରିଛନ୍ତି ସେମାନେ ଦଳରେ ରହିବା ଆବଶ୍ୟକ ନାହିଁ। ତେଣୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ତୁରନ୍ତ ସଭ୍ୟ ପଦରୁ ବିଦା ହୁଅନ୍ତୁ, ନଚେତ୍ ନିଜ ଆଡୁ ପଦ ଛାଡନ୍ତୁ। ଯଦି ସେମାନେ ନିଜକୁ ଲୋକପ୍ରିୟ ବୋଲି ଭାବୁଛନ୍ତି ତାହେଲେ ଉପନିର୍ବାଚନକୁ ଆସନ୍ତୁ। ହିମାଚଳ ପ୍ରଦେଶରେ ବି ସଭ୍ୟ ପଦ ରଦ୍ଦ ହୋଇଥିଲା, ଏଠି ବି ସମାନ କଥା ହେଉ।

ସେପଟେ ଏନେଇ ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ଆମେ ଆମର ସାମ୍ବିଧାନିକ ଅଧିକାରୀ ଅନୁଯାଇ ଭୋଟ ଦେଇଥିଲୁ । ରାଜ୍ୟସଭା ନିର୍ବାଚନରେ ହୁଇପ ନଥାଏ । ମୋ ବିରୁଦ୍ଧରେ ନିର୍ଦ୍ଧିଷ୍ଟ କ’ଣ ଅଭିଯୋଗ ଅଛି ସେ ଖବର ମୋ ପାଖରେ ନାହିଁ । ମତେ ସୋ କଜ୍ ମଗା ଯାଇଥିଲା ମୁଁ ଉତ୍ତର ନବୀନ ବାବୁଙ୍କୁ ଦେଇଥିଲି । ବାଚସ୍ପତିଙ୍କ କୋର୍ଟରେ ବଲ୍ ରହିଲା । ସମସ୍ତେ ପକ୍ଷ ରଖିଛନ୍ତି ।  କ’ଣ ଅଭିଯୋଗ ଜାଣିଲା ପରେ ମୁଁ ମୋର ପକ୍ଷ ରଖିବି।  ଆମେ ଯାହା ଜାଣିଚୁ ଏଭଳି କୌଣସି ପ୍ରସ୍ତାବ ନାହିଁ । ସେ ଯେଉଁ ଉଦାହରଣ ଦେଉଛନ୍ତି ସେ ଭିନ୍ନ। ଓଡ଼ିଶା ରାଜ୍ୟସଭା ନିର୍ବାଚନ ଅଲଗା ଥିଲା । କିଏ ସଭ୍ୟ ପଦ ଛାଡ଼ିଛି ଜାଣିନି ମୁଁ ବର୍ତ୍ତମାନ ସୁଦ୍ଧା ସଭ୍ୟ ପଦ ଛାଡ଼ିନି । ବିଜେଡି ସହ ଯେଉଁ ବିଧାୟକ ଅଛନ୍ତି ସେମାନଙ୍କୁ ଡରେଇକି ରଖାଯାଇଛି। ଦଳରେ ନ ଥିବା ଜଣେ ବ୍ୟକ୍ତିଙ୍କ ନେତୃତ୍ୱକୁ କିପରି ସମସ୍ତେ ମାନିବେ ସେଥିପାଇଁ ଜୋର ଜବରଦସ୍ତ ଭୟ ବାତାବରଣ କରାଯାଉଛି । ବିଜେଡିରେ ଇମୋସନ ଆଉ ରିଲେସନ କାମ କରୁନି । ଚାବୁକରେ ଡରେଇକି ରଖିଛନ୍ତି।

Leave a Reply

Your email address will not be published. Required fields are marked *

I agree to the Terms & Conditions and Privacy Policy.