୩୦ ତାରିଖରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଗଣତନ୍ତ୍ରରେ ମହିଳାଙ୍କ ଭାବିଦାରୀତା ନେଇ ହେବ ଆଲୋଚନା । ଓଡ଼ିଶା ବିଧାନସଭାରେ ଏକ ସ୍ବତନ୍ତ୍ର ଅଧିବେଶନ ଆସନ୍ତା ୩୦ରେ ବସିବ । ଏ ଅଧିବେଶନରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଭାଗିଦାରିତା ସମ୍ପର୍କରେ ବିଷଦ ଆଲୋଚନା ହେବ । ରାଜ୍ୟାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଧିବେଶନ ପାଇଁ ଓଡ଼ିଶା ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି ହୋଇଛି ।
ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାର ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଂସଦରେ ବିଲ୍ ଆଣିଥିଲେ । ଏହି ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହେବାକୁ ୨ ତୃତୀୟାଂଶ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିଲା । ମାତ୍ର ସେତିକି ସଂଖ୍ୟାରେ ଭୋଟ୍ ବିଲ ସପକ୍ଷରେ ମିଳିଥିଲା । ତେଣୁ ଏହା କାଟ୍ ଖାଇ ଯାଇଥିଲା । ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କର କେତେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି ସେ ସମ୍ପର୍କରେ ଅବଗତ କରାଯିବା ପାଇଁ ଏ ଅଧିବେଶନରେ ବିସ୍ତୃତ ଚର୍ଚ୍ଚା କରାଯିବ ବୋଲି ସୂଚନା ମିଳି ।
