ବିଶ୍ବପ୍ରିସଦ୍ଧ ରଥଯାତ୍ରା ଲାଗି ଆରମ୍ଭ ହୋଇଛି ରଥ ନିର୍ମାଣ । ରଥ ନିର୍ମାଣକାରୀ ସେବକ ମାନେ ତିନି ରଥର କରତୀ ସେବକ ମାନେ ମୁଖ୍ୟ ମହାରଣା ତିନିରଥ ପାଇଁ ଉଦ୍ଦିଷ୍ଟ ଫାଶୀ କାଠକୁ ମାପ ପ୍ରକାରେ ଗଡ କରି ତାଳଧ୍ଵଜ ଚାଳି, ଦର୍ପଦଳନ ଚାଳି, ଏବଂ ନନ୍ଦିଘୋଷ ଚାଳି କୁ ଦୁଇଟି ଲେଖାଏଁ ତୁମ୍ୱ ଗଡକରି ଯୋଗାଇଥିଲେ, ତିନି ରଥର ସୁତାର ମହାରଣା ଗଡ ତୁମ୍ବ କାଠରେ ଘେର ମାପ ଚିହ୍ନ ଦେବାପରେ ତିନି ରଥର ମହାରଣା ସେବକ ମାନେ ବାରିସିରେ ମର୍ଦ୍ଦଳ। କାର ଭାବେ ହାଣି ତୁମ୍ବ ନିର୍ମାଣ ଜାରୀ ରଖିଛନ୍ତି । ଏଥିସହ କମାର ସେବକ ମାନେ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର କଣ୍ଟା ପ୍ରସ୍ତୁତି ନିମନ୍ତେ ଶାଳ ପ୍ରସ୍ତୁତି ଜାରି ରଖିଛନ୍ତି । ପ୍ରଥମେ ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଅନ୍ୟପଟେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା l କଳି ଯୁଗରେ ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ରକ୍ଷା ପାଇଁ ନୌକା ବିହାର କରିଥାନ୍ତି । ଶ୍ରୀମନ୍ଦିରରେ ଦ୍ଵି ପ୍ରହର ଧୂପ ସରିବା ପରେ ଠାକୁର ମାନେ ବିମାନକୁ ବିଜେ କରିବେ । ଶ୍ରୀବିଗ୍ରହଙ୍କ ଚଳନ୍ତି ପ୍ରତିମା ମଦନ ମୋହନ , ରାମ ,କୃଷ୍ଣ, ଶ୍ରୀଦେବୀ ,ଭୂଦେବୀ ଓ ଶ୍ରୀକ୍ଷେତ୍ରରେ ପଞ୍ଚ ମହାଦେବ ବିମାନ ଓ ପାଲିଙ୍କିରେ ବସି ନୌକା ବିହାର ବା ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ । ରାମକୃଷ୍ଣ ନନ୍ଦା ଚାପରେ ଓ ମଦନମୋହନ ଭଦ୍ରା ଚାପରେ ବିରାଜମାନ କରି ଜଳ କ୍ରୀଡା କରିବେ। ଏହି ଯାତ୍ରା ୪୨ ଦିନ ପାଳିତ ହୋଇଥାଏ । ଏହା ମଧ୍ୟରେ ବାହାର ଚନ୍ଦନ ଯାତ୍ରା ୨୧ ଦିନ ଓ ଭିତରେ ଚନ୍ଦନ ଯାତ୍ରା ୨୧ ଦିନ ।

