ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାର ରାମନଗର କଘୋଟ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିସହ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ଆଗକୁ ଆହୁରି ଆହତ ଏବଂ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ସୂଚନା ପାଇ ଘଟଣାସ୍ଥଳରେ ପ୍ରଶାସନ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ସୂଚନାନୁଯାୟୀ, ରାମନଗରରୁ ଉଧମପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । କିନ୍ତୁ ଏହି ଘଟଣା ସମ୍ପର୍କରେ କୌଣସି ସରକାରୀ ବିବୃତି ଜାରି କରାଯାଇନାହିଁ । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପୋଷ୍ଟ ସେୟାର କରିବା ସହ ସେ ଲେଖିଛନ୍ତି ଯେ, ‘‘”ଉଧମପୁର ଡିସି ମିଙ୍ଗା ଶେର୍ପାଙ୍କ ସହ କଥା ହୋଇଛି । ମୁଁ ଜାଣିବାକୁ ପାଇଲି ଯେ ଗୋଟିଏ ଘଣ୍ଟା ପୂର୍ବରୁ କାନୋଟ ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ରାମନଗରରୁ ଉଧମପୁର ଯାଉଥିବା ଏକ ସାଧାରଣ ପରିବହନ ବସ୍ ସାମିଲ ଥିଲା ।”ଏଥିସହ ଆହତଙ୍କୁ ବିମାନରେ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା କରାଯାଉଛି ।

