ଶରୀର ପାଇଁ ଖାଇବା ଯେତିକି ଜରୁରୀ ଶୋଇବା ମଧ୍ୟ ସେତିକି ଜରୁରୀ । ରାତିରେ ଶାନ୍ତି ନିଦ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ରାତିରେ ଠିକ୍ ଭାବରେ ନିଦ ନ ହୁଏ ତେବେ ଦିନସାରା ଚିଡ଼ଚିଡ଼ା ଲାଗିଥାଏ । ପର୍ଯ୍ୟାପ୍ତ ନିଦ ହେବା ଦ୍ଵାରା ଜଣେ ବ୍ୟକ୍ତି ଦିନସାରା ଏନରଜେଟିକ୍ ରହିଥାନ୍ତି । କିଛି ଲୋକ ରାତିରେ ଶୋଇବା ପୂର୍ବରୁ ଲାଇଟ୍ ବନ୍ଦ କରିଦିଅନ୍ତି । କିଛି ଲୋକ ରାତିରେ ଘରର ଲାଇଟ୍ ଜଳାଇ ଶୋଇଥାନ୍ତି।
କିନ୍ତୁ ଜାଣନ୍ତି କି ରାତିରେ ଲାଇଟ୍ ଲଗାଇ ଶୋଇବା କେତେ କ୍ଷତିକାରକ ? ଏକ ଅଧ୍ୟୟନ ଅନୁଯାୟୀ ରାତିରେ କୃତ୍ରିମ ଆଲୋକରେ ଶୋଇବା ବହୁତ ବିପଦ ହୋଇଥାଏ । ଏହା ରକ୍ତରେ ଶର୍କରାର ସ୍ତର ବୃଦ୍ଧି କରେ । ଏହା ମେଟାବୋଲିଜିମକୁ ମଧ୍ୟ ପ୍ରଭାବିତ କରେ।
ଗବେଷକଙ୍କ ଅନୁଯାୟୀ କୃତ୍ରିମ ଆଲୋକ ଲଗାଇ ଶୋଇବା ଦ୍ଵାରା ଶରୀରରେ ଇନସୁଲିନ୍ ସ୍ତର ବୃଦ୍ଧି ପାଇଥାଏ । ଏହାବ୍ୟତୀତ କୃତ୍ରିମ ଆଲୋକ ଇନସୁଲିନ୍ ପ୍ରତିରୋଧକୁ ବୃଦ୍ଧି କରିପାରେ, ଯାହା ଟାଇପ୍ ୨ ମଧୁମେହ ହେବାର ଆଶଙ୍କା ବଢ଼ାଇଥାଏ।
କୃତ୍ରିମ ଆଲୋକ ଅଟୋଇମ୍ମ୍ୟୁନ୍ ସ୍ନାୟୁ ପ୍ରଣାଳୀକୁ ସକ୍ରିୟ କରେ । ଯାହା କାର୍ଡୋ ଭାସ୍କୁଲାର ଗତକୁ ପ୍ରଭାବିତ କରେ । ଗବେଷଣା ଅନୁଯାୟୀ ଶୋଇବା ଶୈଳୀ ମଧ୍ୟ ମେଟାବୋଲିଜିମକୁ ପ୍ରଭାବିତ କରେ ଏବଂ ସମସ୍ୟା ସୃଷ୍ଟି କରିପାରେ।
ଅଧ୍ୟୟନରେ ୨୦ ଜଣଙ୍କୁ ସାମିଲ କରାଯାଇଥିଲା । ଗୋଟିଏ ରୁମରେ କୃତ୍ରିମ ଆଲୋକ ଏବଂ ଅନ୍ୟ ରୁମରେ ଅଳ୍ପ ଆଲୋକ ରଖାଯାଇଥିଲା । ଗୋଟିଏ ଦିନ ପାଇଁ ଉଭୟ ରୁମରେ ୧୦ ଜଣ ଲେଖାଏଁଙ୍କୁ ଶୋଇବାକୁ ଦିଆଯାଇଥିଲା । ଗବେଷଣାରୁ ଜଣାପଡିଛି ଯେ ଉଜ୍ଜ୍ୱଳ ଆଲୋକରେ ଶୋଇଥିବା ଲୋକଙ୍କ ଇନସୁଲିନ୍ ସମ୍ବେଦନଶୀଳତା ବୃଦ୍ଧି ପାଇଛି । ତଥାପି ରକ୍ତ ଶର୍କରାରେ କୌଣସି ବଡ଼ ପାର୍ଥକ୍ୟ ଦେଖାଯାଇନଥିଲା ।
ଆହୁରି ମଧ୍ୟ ଜଣାପଡିଛି ଯେ କୃତ୍ରିମ ଆଲୋକରେ ଶୋଇଥିବା ଲୋକଙ୍କ ନିଦ ମଧ୍ୟ ହ୍ରାସ ପାଇଛି । ଏହା ମୁଖ୍ୟତଃ ସହରାଞ୍ଚଳ ଲୋକଙ୍କୁ ପ୍ରଭାବିତ କରେ, ଯେଉଁମାନେ ନିଜ ଘରେ ଅଧିକ ଆଲୋକରେ ଶୋଇବାକୁ ପସନ୍ଦ କରନ୍ତି ।
ଯଦି ଆପଣ ରାତିରେ ଆଲୋକ ଜଳାଇ ଶୋଇବେ, ତେବେ ଶରୀର କ୍ଲର୍କ ଆଲର୍ଟ ମୋଡକୁ ଚାଲିଯାଏ । ଏହି କାରଣରୁ ମସ୍ତିଷ୍କରେ ମେଲାଟୋନିନ୍ କମ୍ ପରିମାଣରେ ଉତ୍ପାଦିତ ହୁଏ । ଡାକ୍ତରଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତି ଅତିକମରେ ୭ ରୁ ୯ ଘଣ୍ଟା ଶୋଇବା ଉଚିତ । ପର୍ଯ୍ୟାପ୍ତ ନିଦ ଆପଣଙ୍କୁ ରୋଗରୁ ଦୂରେଇ ରଖେ । ନିଦ ଆପଣଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।
