ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ? ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ। ରାଜ୍ୟସଭା ଯିବାପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଇସ୍ତଫା ଦେଇସାରିଛନ୍ତି ଏହି ସମୟରେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଧରିଛି । ଆଜି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ। ବିହାର ରାଜନୀତିରେ ଏବେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟରେ ବିଜେପି ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ବାଛିବା
ସୋମବାର ଦିନ ବିହାର ରାଜ୍ୟପାଳଙ୍କ ସଚିବ ସମ୍ରାଟ ଚୌଧୁରୀଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କ ସଚିବ ଲୋକଭବନରେ ଶପଥ ଗ୍ରହଣ ସମାରୋହ ସମ୍ପର୍କରେ ତାଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ଯୋଗଦେବାକୁ ଥିବା ପ୍ରମୁଖ ବ୍ୟକ୍ତିବିଶେଷଙ୍କ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସମ୍ରାଟ ଚୌଧୁରୀ ରାଜ୍ୟପାଳଙ୍କ ସଚିବଙ୍କ ସହିତ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା ବିଷୟରେ ଆଲୋଚନା କରିଥିଲେ । ନୀତିଶ କୁମାରଙ୍କ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିହାରର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡ଼ିଛି। ନୀତିଶ ଗତ ସପ୍ତାହରେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଥିଲେ ।
ମୁଖ୍ୟମନ୍ତ୍ରୀ ପଦ କିଏ ନେବ ସେ ବିଷୟରେ ଯଥେଷ୍ଟ ବିତର୍କ ହୋଇଛି । ଅନେକ ନେତାଙ୍କ ନାମକୁ ନେଇ ବିଚାର କରାଯାଇଥିଲା, କିନ୍ତୁ ଶେଷରେ ସମ୍ରାଟ ଚୌଧୁରୀଙ୍କ ନାମରେ ମୋହର ବାଜିଥିଲା । ସମ୍ରାଟ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ସେ ବିହାରର ଦ୍ୱିତୀୟ ନେତା ଯିଏ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।ବିହାରରେ କର୍ପୁରୀ ଠାକୁର ଏକମାତ୍ର ନେତା ଯିଏ ଉପମୁଖ୍ୟମନ୍ତ୍ରୀ ଏବଂ ପରେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସମ୍ରାଟ ଚୌଧୁରୀ ଏବେ ସେହି ତାଲିକାରେ ନିଜର ନାମ ଯୋଡିବାକୁ ଯାଉଛନ୍ତି ।

