ଅଜଣା ଗାଡ଼ି ଧକ୍କାରେ ୨ ମୃତ । ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ଦୁର୍ଘଟଣା । ରାସ୍ତା ଉପରେ ଛିଟିକି ପଡ଼ି ଚାଲିଗଲା ୨ଜଣଙ୍କ ଜୀବନ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ହିଂସିରିଡା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ଜରପଡା ଥାନା ବଡହିଂସର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ଓ ଧିରେନ ସାହୁ ।
ଜଗନ୍ନାଥପୁର ଗାଁରେ ଦଣ୍ଡ ନାଚ ଦେଖି ଉଭୟ ବାଇକରେ ଫେରୁଥିବା ବେଳେ ହିଂସିରିଡା ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ବାରଙ୍ଗ କୁଆଖାଇ ସେତୁ ଉପରେ ସ୍କୁଟି ଚାଳକଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

