ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ। ଆସନ୍ତା କାଲିଠାରୁ କାଳବୈଶାଖୀ ଧୀରେ ଧୀରେ ବଢ଼ିବ। ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ | ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ୬ ତାରିଖ ଦିନ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ। ଏଥିସହ ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନୟାଗଡ଼, ନବରଙ୍ଗପୁର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ଅନୁଗୁଳରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ବି ହୋଇପାରେ। ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାଣ୍ଡିଂ ଜାରି କରିଛି।
କଳାହାଣ୍ଡି କନ୍ଧମାଳ ରାୟଗଡା, ମାଲକାନଗିରି ଓ କୋରାପୁଟ ଏହି ୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭଗ। ୭ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ଆଗାମୀ ୨୪ ଘଂଟାରେ ବର୍ଷାର ସମ୍ଭାବନା କୁ ନେଇ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ତାତିରୁ ଟିକିଏ ଅସ୍ବସ୍ତି ମିଳିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସେପଟେ ଉପରମୁହାଁ ହୋଇଛି ପାରଦ । ଶୁକ୍ରବାର ରାଜ୍ୟର ୯ଟି ସହରର ତାପମ ପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୬ ଡିଗ୍ରି ରେକର୍ଡ ହୋଇଛି। ସେପଟେ ଅନୁଗୁଳରେ ୪୦.୭ ଡିଗ୍ରି, ଟିଟିଲାଗଡ଼ ଓ ଭଦ୍ରକରେ ୪୦.୫ ଡିଗ୍ରି, ହୀରାକୁଦରେ ୪୦.୪ ଡିଗ୍ରି, ବଲାଙ୍ଗୀରରେ ୪୦.୩ ଡିଗ୍ରି, ସମ୍ବଲପୁର, ପାରଳାଖେମୁଣ୍ଡି, ତାଳଚେର ଆଦି ସହରର ଦିନ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା।
ଅନ୍ୟପଟେ ଆର୍ଦ୍ରତା ଅଧିକ ଯୋଗୁଁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ପବନ ବି ଜୋର୍ରେ ବହିଥିଲା।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଆସନ୍ତାକାଲି ରାଜଧାନୀ ଭୁବନେଶ୍ଵର ଓ ଏହାର ନିକଟସ୍ଥ ଅଞ୍ଚଳଗୁଡ଼ିକରେ ପାଗ ଗ ଆଂଶିକ ମେଘୁଆ ରହିବ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ|
