ମାର୍ଚ୍ଚ ମାସରୁ ବଢ଼ିଲାଣି ତାତି । ଏବେଠାରୁ ଏତେ ଗରମ ଅନୁଭବ ହେଲାଣି ଯେ, ଲୋକେ ବାହାରକୁ ଯିବାକୁ ଡରିଲେଣି। ଘରେ ହିଁ ଏସି ଲଗାଇ ବସୁଛନ୍ତି ସମସ୍ତେ । ଯାହାଦ୍ୱାରା ବିଦ୍ୟୁତ ବିଲ୍ ମଧ୍ୟ ଅଧିକ ଆସୁଛି । ଆପଣ ଜାଣନ୍ତି କି ଏପରି ଏକ ଉପାୟ ଆପଣାଇଲେ ଆପଣଙ୍କ ବିଲ ବହୁତ କମ୍ ଆସିବ। ଖରାଦିନେ ପ୍ରାୟତଃ ବିଜୁଳି ବିଲ ଅଧିକ ଆସିଥାଏ । ବିଶେଷ କରି ଏସି, କୁଲର ଓ ପଙ୍ଖା ଅଧିକ ସମୟ ବ୍ୟବହାର କରାଯାଉଥିବାରୁ ବିଲ ଦୁଇଗୁଣା ଅଧିକ ଆସିଥାଏ ।
ମାତ୍ର କିଛି ସରଳ ଓ ସହଜ ଉପାୟ ଦ୍ୱାରା ବିଜୁଳି ବିଲ ୫୦% ପର୍ଯ୍ୟନ୍ତ କମ କରାଯାଇପାରିବ । ଉନ୍ନତ ଧରଣର ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରନ୍ତୁ । ୫ ଷ୍ଟାରର ଏସି, ୱାଶିଂମେସିନ, ଫ୍ରିଜ ଆଦି ବ୍ୟବହାର କରନ୍ତୁ । ଏହା କମ ବିଜୁଳି ଖର୍ଚ୍ଚ କରିଥାଏ । ଯାଦ୍ୱାରା ବିଜୁଳି ବିଲ କମ ଆସିଥାଏ । କମ ତାପମାତ୍ରା ଅର୍ଥାତ ୧୬ ରୁ ୧୮ ଡିଗ୍ରୀରେ ଏସି ଅଧିକ ସମୟ ବ୍ୟବହାର କଲେ ବିଲ ଅଧିକ ଆସିଥାଏ। ଏସି ଲଗାଇବା ସମୟରେ ଝରକା, କବାଟ ନିଶ୍ଚୟ ବନ୍ଦ ରଖନ୍ତୁ । ଖରା ଅଧିକ ପଡୁଥିବା ସ୍ଥାନରେ ଫ୍ରିଜ ରଖନ୍ତୁ ନାହିଁ । ଘରର ଏପରି ସ୍ଥାନରେ ଫ୍ରିଜ ରଖନ୍ତୁ । ଯାହା ଅଧିକ ସମୟ ଥଣ୍ଡା ରହୁଥିବ । ବାରମ୍ବାର ଫ୍ରିଜ ଖୋଲନ୍ତୁ ନାହିଁ ।
ବିଜୁଳି ବିଲ କମ କରିବା ପାଇଁ ଇଚ୍ଛୁକ ଥିଲେ ସୋଲାର୍ ପ୍ୟାନେଲ ବ୍ୟବହାର କରିବା ଏକ ଉତ୍ତମ ବିକଳ୍ପ । ଥରେ ସୋଲାର୍ ପ୍ୟାନେଲ ଲଗାଇବା ପରେ ବର୍ଷ ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲରୁ ମୁକ୍ତି ମିଳିବ । ଘରର ଆବଶ୍ୟକତା ଅନୁଯାୟୀ ସୋଲାର୍ ପ୍ୟାନେଲ ଚୟନ କରିପାରିବେ । ଲାଇଟର ଆବଶ୍ୟକତା ନଥିଲେ ସୁଇଚ ବନ୍ଦ କରି ରଖନ୍ତୁ ।
ଏବେଠାରୁ ହିଁ ସତର୍କ ହୋଇଯାଆନ୍ତୁ ନଚେତ୍ ଟଙ୍କା ଗଣି ଗଣି ହଇରାଣ ହେବେ । ତେଣୁ ତାତି ଅଧିକ ବଢ଼ିବା ଆଗରୁ ଉପର ଲିକ୍ଷିତ ଉପାୟ ଉପରେ ଦୃଷ୍ଟି ପକାନ୍ତୁ।