ବଢ଼ିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର । ୧୯୫.୫୦ ବୃଦ୍ଧି କରାଯାଇଛି । ଆଜିଠୁ ନୂଆ ଦର ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଏହି ସଂଶୋଧିତ ମୂଲ୍ୟ ଏବେ ୨ ହଜାର ୨୯ ଟଙ୍କାରେ ପହଞ୍ଚିଛି । ଏହି ଦର ବୃଦ୍ଧି ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ଖାଦ୍ୟ ଦୋକାନୀଙ୍କ ଉପରେ ଆର୍ଥିକ ଚାପ ପକାଇବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନୀଗୁଡ଼ିକ ଏହି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ଏହି ଦର ୨୦୭୮ ଟଙ୍କା ହୋଇଛି ।
IOCL ତଥ୍ୟ ଅନୁଯାୟୀ, ଦେଶର କୌଣସି ମହାନଗର ଅଞ୍ଚଳରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ମାର୍ଚ୍ଚ ୭ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରତି ସିଲିଣ୍ଡର ପାଇଁ ୬୦ ବୃଦ୍ଧି କରାଯାଇଥିଲା, ଯାହା ଫଳରେ ଦିଲ୍ଲୀରେ ୯୧୩, କୋଲକାତାରେ ୯୩୯, ମୁମ୍ବାଇରେ ୯୧୨.୫୦ ଏବଂ ଚେନ୍ନାଇରେ ୯୧୨.୫୦ ମୂଲ୍ୟ ବୃଦ୍ଧି ପାଇଥିଲା ।

