Saturday, March 28, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

Sanchar Live by Sanchar Live
March 28, 2026
in ଓଡିଶା
0
ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

Oplus_131072

0
SHARES
12
VIEWS
FacebookTwitter

ଭୁବନେଶ୍ୱର : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ୨୦୨୫ ଏପ୍ରିଲ ମାସରେ ଆରମ୍ଭ କରିଥିବା ଏହାର ଶିକ୍ଷା ପ୍ରକଳ୍ପ ‘ପ୍ରୋଜେକ୍ଟ ବିଦ୍ୟା’ ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ର ସରକାରୀ ବିଦ୍ୟାଳୟରେ ପାଠପଢାକୁ ସୁଦୃଢ଼ କରୁଛି। ଗଣିତ, ବିଜ୍ଞାନ ଏବଂ ଇଂରାଜୀ ଭଳି ପ୍ରମୁଖ ବିଷୟ ସହିତ ମୌଳିକ ସାକ୍ଷରତା ଉପରେ ଧ୍ୟାନ କେନ୍ଦ୍ରିତ କରି, ୨୦ ଜଣ ଅତିରିକ୍ତ ଶିକ୍ଷକଙ୍କ ନିଯୁକ୍ତି କରିଛି । ଯାହା ଫଳରେ ଶ୍ରେଣୀଗୃହରେ ଛାତ୍ର-ଶିକ୍ଷକ ଅନୁପାତରେ ବୃଦ୍ଧି କରି ୧୭ଟି ଗ୍ରାମୀଣ ବିଦ୍ୟାଳୟର ୧୮୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ଏହି କାର୍ଯ୍ୟକ୍ରମ ପହଞ୍ଚି ପାରିଛି।
ସୁନ୍ଦରଗଡ଼ରେ ଅଧାରୁ ପାଠ ଛାଡ଼ିବାର ହାର ଅଧିକ ରହିଥାଏ, ଯେଉଁଥିପାଇଁ ମୌଳିକ ଶିକ୍ଷା ଉପରେ ଧ୍ୟାନ ଦେବା ଏବଂ ଏହାକୁ ଦୂର କରିବା ପାଇଁ ଛାତ୍ର-ଶିକ୍ଷକ ଅନୁପାତକୁ ବୃଦ୍ଧି କରିବା ଆବଶ୍ୟକ। ଏହି ପ୍ରାଥମିକତାଗୁଡ଼ିକ ସହିତ ତାଳମେଳ ରଖି, ଲକ୍ଷନପୁର ବ୍ଲକରେ ୬୪% ରୁ ୭୬% ଏବଂ ହେମଗିର ବ୍ଲକରେ ୬୬% ରୁ ୮୨%କୁ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବୃଦ୍ଧି କରିବାରେ ପ୍ରକଳ୍ପ ବିଦ୍ୟାର ଉଲ୍ଲେଖନୀୟ ଯୋଗଦାନ ରହିଛି, ଯାହା ନିରନ୍ତର ଶିକ୍ଷାଦାନ କ୍ଷେତ୍ରରେ ବଡ ସଫଳତାକୁ ଦର୍ଶାଉଛି ।
ଏହି ପ୍ରକଳ୍ପରେ ଗ୍ରାମାଞ୍ଚଳର ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ମୁଣ୍ଡେରଖେତ୍ ସରକାରୀ ୟୁପିଏସ୍, ଭୋଗ୍ରାକଚ୍ଛର ସରକାରୀ ୟୁପିଏସ୍, ଘୋଘରପଲ୍ଲୀ ସରକାରୀ ପିଏସ୍‍, ରେଙ୍ଗଲପାଣି ସରକାରୀ ପିଏମ୍‍, ଛତାବର ସରକାରୀ ୟୁଜିଏଚଏସ୍‍, ଘୋଘରପଲ୍ଲୀରେ ଥିବା ବିଲେମୁଣ୍ଡା ସରକାରୀ ୟୁପିଏସ୍, ଜାମଖାନି ସରକାରୀ ପିଏସ୍‍ ଏବଂ ଜାମଖାନି ଠାରେ ଥିବା ଝାରପାଲମ୍ ସରକାରୀ ୟୁଜିଏଚଏସ୍‍ ରହିଛି । ସେହିଭଳି କୁଡାଲୋଇ ସରକାରୀ ୟୁପିଏସ୍, ବଞ୍ଜାରୀ ସରକାରୀ ଏସଏସଡି ହାଇସ୍କୁଲ, ବଞ୍ଜାରୀ ଆଶ୍ରମ ସ୍କୁଲ, ଗ୍ରିଣ୍ଡୋଲା ଆଶ୍ରମ ସ୍କୁଲ, ଗ୍ରିଣ୍ଡୋଲା ସରକାରୀ ପିଏସ୍‍, କାର୍ଲାଖାମନ ସରକାରୀ ୟୁପିଏସ୍,, ମୋହନପୁର ସରକାରୀ ପିଏସ୍‍, ଝାରସୁଗୁଡା ଜିଲ୍ଲାର କୁରାଲୋଇର ବାର୍ତାପ ସରକାରୀ ୟୁପିଏସ୍ ଏବଂ କୁଡାଲୋଇ ଆଶ୍ରମ ବିଦ୍ୟାଳୟ ଆଦି ଅର୍ନ୍ତଭୁକ୍ତ ।
ସରକାରୀ ୟୁପିଏସ୍ କୁଡାରେଇର ପ୍ରଧାନଶିକ୍ଷକ ଠାକୁର ପ୍ରଧାନ କହିଛନ୍ତି, “ଗତ ବର୍ଷ ବେଦାନ୍ତ ଆଲୁମିନିୟମ ଆମ ବିଦ୍ୟାଳୟକୁ ଅତିରିକ୍ତ ଶିକ୍ଷକ ପ୍ରଦାନ କରିଥିଲା। ଆମକୁ ପ୍ରକୃତରେ ଏହି ସହାୟତାର ଆବଶ୍ୟକତା ଥିଲା, କାରଣ ଆମର ଶ୍ରେଣୀଗୁଡ଼ିକ ପାଠପଢା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଶିକ୍ଷକ ଯୋଗଦେବା ପରଠାରୁ, ଛାତ୍ରଛାତ୍ରୀଙ୍କ ପାଠପଢାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି, ଏବଂ ଶ୍ରେଣୀଗୃହଗୁଡ଼ିକ ଠିକ୍‍ଠାକ୍‍ ଚାଲୁଛି। ଏହି ସମର୍ଥନ ଆମ ବିଦ୍ୟାଳୟ ପାଇଁ ଏକ ବଡ ପରିବର୍ତ୍ତନ ଆଣିଛି। ଭବିଷ୍ୟତରେ ଏଭଳି ପଦକ୍ଷେପ ଜାରି ରହିବ ବୋଲି ଆମେ ଆଶା କରୁଛୁ ।
ଝାରପାଲମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଶ୍ୱନାଥ ପ୍ରଧାନ କହିଲେ, “ପ୍ରକଳ୍ପ ବିଦ୍ୟା ଆମ ବିଦ୍ୟାଳୟକୁ ଶିକ୍ଷକଙ୍କ ଅଭାବ ଦୂର କରିବାରେ ସାହାଯ୍ୟ କରିଛି ଏବଂ ମୋତେ ଛାତ୍ରମାନଙ୍କୁ ପଢ଼ାଇବା ଏବଂ ସେମାନଙ୍କର ଶିକ୍ଷାଗ୍ରହଣ ବୃଦ୍ଧି କରିବାର ସୁଯୋଗ ଦେଇଛି। ବର୍ତ୍ତମାନ ଶ୍ରେଣୀଗୃହଗୁଡ଼ିକ ଠିକ୍‍ଠାକ୍‍ ଚାଲୁଛି, ଏବଂ ବିଦ୍ୟାର୍ଥୀଙ୍କ ଉପସ୍ଥିତି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ପାଠପଢାର ମାନରେ ଉନ୍ନତି ଯୋଗୁଁ ଚଳିତ ବର୍ଷ ଜଣେ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରବୃତ୍ତି ମଧ୍ୟ ପାଇଛନ୍ତି। ବିଦ୍ୟାଳୟ କମିଟି, ଗ୍ରାମବାସୀ ଏବଂ ପିତାମାତା ଏହି ସମର୍ଥନରେ ବହୁତ ଖୁସି, ଯାହା ଆମର ଛାତ୍ରମାନଙ୍କୁ ବହୁତ ଉପକୃତ କରିଛି ।
ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ୪ (ଗୁଣାତ୍ମକ ଶିକ୍ଷା) ସହିତ ସାମଞ୍ଜସ୍ୟ ରଖି, ପ୍ରକଳ୍ପ ବିଦ୍ୟା ବିଦ୍ୟାଳୟ ପରିଚାଳନା କମିଟି (ଏସ୍.ଏମ୍.ସି.) ଗୁଡ଼ିକୁ ସୁଦୃଢ଼ କରିଥାଏ, ଶିକ୍ଷାଲାଭ ଯୋଜନା, ରେକର୍ଡ-କିପିଙ୍ଗ୍, ଛାତ୍ରଛାତ୍ରୀ ଟ୍ରାକିଂରେ ପ୍ରଧାନଶିକ୍ଷକମାନଙ୍କୁ ସମର୍ଥନ ଏବଂ ଶିକ୍ଷକ, ପିତାମାତା ଏବଂ ଏସ୍.ଏମ୍.ସି. ମାନଙ୍କ ମଧ୍ୟରେ ସମନ୍ୱୟକୁ ଉନ୍ନତ କରିଥାଏ। ଏହି ପଦକ୍ଷେପ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓ.ଏ.ଭି.) ଏବଂ ଜବାହାର ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଛାତ୍ରବୃତ୍ତି ପାଇଁ ପ୍ରସ୍ତୁତିକୁ ମଧ୍ୟ ବୃଦ୍ଧି କରିଥାଏ, ଯାହା ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ଗ୍ରହଣକୁ ପ୍ରୋତ୍ସାହିତ କରିଥାଏ।
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ଗୋଷ୍ଠୀ ପଦକ୍ଷେପ ମାଧ୍ୟମରେ ଏହାର କାର୍ଯ୍ୟକ୍ଷମ କ୍ଷେତ୍ରରେ ସାମାଜିକ-ଅର୍ଥନୈତିକ ବିକାଶ ଜାରି ରଖିଛି, ଯାହା ଦୀର୍ଘକାଳୀନ, ସ୍ଥାୟୀ ପ୍ରଗତି ପାଇଁ ମାର୍ଗ ସୃଷ୍ଟି କରୁଛି। ‎

Tags: odishavedant
ShareTweetShareSend
Sanchar Live

Sanchar Live

Next Post
ନଜର ପକାନ୍ତୁ ଆସନ୍ତାକାଲି କେମିତି ରହିବ ପାଗ

ନଜର ପକାନ୍ତୁ ଆସନ୍ତାକାଲି କେମିତି ରହିବ ପାଗ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ନଜର ପକାନ୍ତୁ ଆସନ୍ତାକାଲି କେମିତି ରହିବ ପାଗ
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ
  • କାଳବୈଶାଖୀ ପାଇଁ ଆଲର୍ଟ ଜାରି, ଏହିସବୁ ଜିଲ୍ଲାରେ…
  • ଦଶପଲ୍ଲା ଦୁର୍ଘଟଣା : ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା
  • ଏପ୍ରିଲ ପହିଲାରୁ ବଦଳିବ ଏହିସବୁ ନିୟମ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.