ଭାରତୀୟ ରେଳବାଇ କନଫର୍ମ ହୋଇଥିବା ଟିକେଟ୍ ବାତିଲ ନିୟମରେ ପରିବର୍ତ୍ତନ ଆଣିଛି । ନୂଆ ନିୟମ ଆସନ୍ତା ଏପ୍ରିଲ ୧ରୁ ୧୫ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଲାଗୁ ହେବ । ସଂଶୋଧିତ ଟିକେଟ୍ ବାତିଲ ନିୟମ ଅନୁସାରେ, ଟ୍ରେନ୍ ଛାଡ଼ିବା ସମୟର ୭୨ ଘଣ୍ଟା ପୂର୍ବରୁ ଯଦି ଟିକେଟ୍ ବାତିଲ କରୁଛନ୍ତି ତାହେଲେ ସେମାନଙ୍କୁ ସର୍ବାଧିକ ରାଶି ଫେରସ୍ତ ମିଳିବ । ୭୨ ଘଣ୍ଟାରୁ ୨୪ ଘଣ୍ଟା ମଧ୍ୟରେ ଯଦି ବାତିଲ କରାଯାଏ ତାହେଲେ ଭଡ଼ାର ୨୫ ପ୍ରତିଶତ କାଟି ରଖାଯିବ । ୨୪ରୁ ୮ ଘଣ୍ଟା ମଧ୍ୟରେ ଯଦି ଟିକେଟ ବାତିଲ କରାଗଲେ ୫୦ ପ୍ରତିଶତ ଅର୍ଥ କାଟି ଦିଆଯିବ । ୮ ଘଣ୍ଟା ପୂର୍ବରୁ ଯଦି ଟିକେଟ୍ ବାତିଲ କରାଯାଏ ତାହାଲେ ଅର୍ଥ ଆଦୌ ଫେରସ୍ତ କରାଯିବ ନାହିଁ ।
ଯାତ୍ରୀଙ୍କ ସୁବିଧା ପାଇଁ ବୋର୍ଡିଂ ନିୟମରେ ପରିବର୍ତ୍ତନ କରାଯାଇଛି । ଟ୍ରେନ ଛାଡ଼ିବା ପାଇଁ ରଖାଯାଇଥିବା ନିର୍ଦ୍ଧାରିତ ସମୟର ୩୦ ମିନିଟ୍ ପୂର୍ବ ପର୍ଯ୍ୟନ୍ତ ଯାତ୍ରୀମାନେ ସେମାନଙ୍କ ବୋର୍ଡିଂ ଷ୍ଟେସନ ବଦଳାଇ ପାରିବେ । ଯେଉଁସବୁ ସହରରେ ଏକାଧିକ ଷ୍ଟେସନ୍ ରହିଛି ସେଟଠାକାରେ ଯାତ୍ରୀମାନଙ୍କୁ ଏହି ନିୟମ ଅଧିକ ସହାୟକ ହେବ ବୋଲି କୁହାଯାଉଛି । ଯାତ୍ରୀମାନେ ସେମାନଙ୍କ ସୁବିଧା ଅନୁସାରେ କେଉଁ ଷ୍ଟେସନରୁ ଟ୍ରେନ ଚଢ଼ିବେ ସେ ନେଇ ନିଷ୍ପରି ନେଇପାରିବେ । ସଂପ୍ରତି ଚାର୍ଟ ପ୍ରସ୍ତୁତି ହେବା ପୂର୍ବ ଯାଏଁ ବୋର୍ଡିଂ ପଏଣ୍ଟ ବଦଳାଇବା ଅନୁମତି ରହିଛି ବୋଲି କହିଛନ୍ତି- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

