ରଣବୀର ସିଂହଙ୍କ ଅଭିନୀତ ‘ଧୁରନ୍ଧର 2’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମ ମାତ୍ର ତିନି ଦିନ ମଧ୍ୟରେ 300 କୋଟି କ୍ଲବରେ ପ୍ରବେଶ କରିଛି। ଏହି ଫିଲ୍ମଟି ବହୁଳ ଭାବରେ ପ୍ରଶଂସିତ ହୋଇଚି। ଶୋ’ଟି ସବୁ ଥିଏଟରରେ ହାଉସଫୁଲ ଅଛି। ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧରଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଆସନ୍ତୁ ନଜର ପକାଇବା ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ ଉପରେ।
ଧୁରନ୍ଧର 2 ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ତାଙ୍କ ଦ୍ୱାରା ଲିଖିତ ଏକ ହାଇଭୋଲଟେଜ ମୁଭି
ସଞ୍ଜୟ ଦତ୍ତ ଫିଲ୍ମରେ ଚୌଧୁରୀ ଅସଲମ ଭୂମିକାରେ ଅଭିନୟ କରିଛନ୍ତି।
ଅର୍ଜୁନ ରାମପାଲ ମେଜର ଇକବାଲ ଭୂମିକାରେ ଅଭିନୟ କରିଛନ୍ତି।
ଆର. ମାଧବନ, ସାରା ଅର୍ଜୁନ, ଏବଂ ରାକେଶ ବେଦୀଙ୍କ ଭଳି ଅଭିନେତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଦେଇଛନ୍ତି।
ପ୍ରଥମ ଦିନରେ ଫିଲ୍ମଟି 145.55 କୋଟି ସଂଗ୍ରହ କରିଛି।
ଦ୍ବିତୀୟ ଦିନରେ ୧୦୦ କୋଟି ସଂଗ୍ରହ କରିଛି।
ତୃତୀୟ ଦିନରେ ୧୧୩ କୋଟି ସଂଗ୍ରହ କରିଛି।
ଚତୁର୍ଥ ଦିନ ୧୧୪.୮୫ କୋଟି କଲେକ୍ସନ ହୋଇଛି। ଚତୁର୍ଥ ଦିନ ମଧ୍ୟରେ ଫିଲ୍ମଟି ସବୁ ରେକର୍ଡ ଭାଙ୍ଗି ୪୦୦ କୋଟିରୁ ଅଧିକ କଲେକ୍ସନ କରିଛି।
ଆଜି ରାତି ସୁଦ୍ଧା ୫୦୦ କୋଟି ଟଙ୍କା କ୍ଲବରେ ସାମିଲ ହେବ।
ଏହି ଚଳଚ୍ଚିତ୍ର ଡିସେମ୍ବର ୨୦୨୫ ଚଳଚ୍ଚିତ୍ର ଧୂରନ୍ଧରର ଏକ ସିକ୍ୱେଲ୍। ଧୂରନ୍ଧରରେ ରଣବୀର ସିଂହ ହମଜା, ଜଣେ ଭାରତୀୟ ଗୁପ୍ତଚର ଭୂମିକାରେ ଅଭିନୟ କରିଥିଲେ। ଅକ୍ଷୟ ଖାନ୍ନା ରେହମାନ, ଜଣେ ଡକାୟତ ଭୂମିକାରେ ଅଭିନୟ କରିଥିଲେ। ଅକ୍ଷୟ ଖାନ୍ନା ଫିଲ୍ମରେ ଏଭଳି ଅଭିନୟ କରିଛନ୍ତି ଯେ, ସମସ୍ତେ ତାଙ୍କର ଫ୍ୟାନ ହୋଇଯାଇଛନ୍ତି। ତାଙ୍କର ଅଭିନୟ ଚମତ୍କାର ଥିଲା, ଏବଂ ଅକ୍ଷୟଙ୍କ ଡ୍ୟାନ୍ସ ଭାଇରାଲ ହୋଇଥିଲା। ଦ୍ୱିତୀୟ ଭାଗରେ, ରଣବୀର ସିଂହ ହମଜା ଭୂମିକାରେ ଅଭିନୟ କରିଥିଲେ। ତାଙ୍କର କାହାଣୀ ମଧ୍ୟ ଫ୍ଲାସବ୍ୟାକରେ ପ୍ରକାଶିତ ହେଉଛି। ଯେଉଁଠାରେ ସେ ଜସକିରତ ସିଂହ ରଙ୍ଗୀ ଭାବରେ ତାଙ୍କର ପ୍ରକୃତ ପରିଚୟ ଦେଇଛନ୍ତି।
ଜସକିରତ ସିଂହ ରଙ୍ଗୀ କିପରି ହମଜା ହେଲେ ତାହାର କାହାଣୀ ମଧ୍ୟ ବର୍ଣ୍ଣନା କରାଯାଇଛି। ଧୂରନ୍ଧରର ପ୍ରଥମ ଭାଗ ୧୩୦୦ କୋଟିରୁ ଅଧିକ ଆୟ କରିଥିଲା। ଏବେ ଦେଖିବା ବାକି ଅଛି ଯେ ଧୁରନ୍ଧର ୨ ବକ୍ସ ଅଫିସରେ କେଉଁ ରେକର୍ଡ ଭାଙ୍ଗୁଛି।
ବିଶ୍ୱବ୍ୟାପୀ ମୁଭିର ରେକର୍ଡ
ଏହି ଚଳଚ୍ଚିତ୍ରଟି ଏବେ ବିଶ୍ୱବ୍ୟାପୀ ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ତାଲିକାରେ ଉପରକୁ ଉଠିଛି। ପୂର୍ବରୁ ଯେଉଁ ମୁଭି ଗୁଡ଼ିକ କଲେକ୍ସନରେ ବିଶ୍ବ ରେକର୍ଡ କରିଥିଲା ସେହି ସବୁ ମୁଭି ଗୁଡ଼ିକୁ ଧୁରନ୍ଧର ଅତିକ୍ରମ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।

