ଆଗାମୀ ଦିନରେ ରାଜ୍ୟରେ ୩୪ଟି ଖଣି ନିଲାମ କରାଯିବା ସୁନା ଖଣି,ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ, ଚୁନପଥର, ତମ୍ବା ଓ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଆଦିକୁ ନିଲାମ କରାଯିବା ଏହି ଖଣି ଗୁଡ଼ିକ ମାଲାକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ରହିଛି | ରାଜ୍ୟ ସରକାର ୨୫ଟି ଓ କେନ୍ଦ୍ର ସରକାର ୯ଟି ଖଣି ନିଲାମ କରିବୋ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ୍ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ ୨୦୨୬-୨୬ରେ ଦେଶବ୍ୟାପୀ ୨୨ଟି ଖଣି ନିଲାମ କରାଯାଇଥିଲା।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି ଓ ୯ଟି ‘ ହେଉଛି କ୍ରିଟିକାଲ୍ ମିନେରାଲ ଖଣି | ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା, ହୀରା ଓ ମାଣିକ ଖଣି ଠାବ କରାଯାଇଥିବା ନେଇ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଥିଲେ।
ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଓ କେନ୍ଦୁଝର ଜିଲ୍ଲାର ଜଳଡିହ ସୁନା ଖଣିର ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି । ଦେବଗଡ଼ର ଅଡସ-ରାମପଲ୍ଲୀରେ ଠାବ କରାଯାଇଥିବା ସୁନା ଖଣିର ମଧ୍ୟ ନିଲାମ କରାଯିବ। ନୟାଗଡ଼, ରାୟଗଡ଼ା ଓ ବଲାଙ୍ଗୀରରେ ଗ୍ରାଫାଇଟ୍ ଖଣି, ବଲାଙ୍ଗୀରରେ ଭାନାଡିୟମ, ଦେବଗଡ଼ରେ ସୁନା ଓ ମାଲାକାନଗିରିରେ ଟିଣ ଖଣି ନିଲାମ କରାଯିବ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସଂସ୍ଥା ଏହି ଖଣିଗୁଡ଼ିକୁ ଠାବ କରିବା ସହ ଅନୁସନ୍ଧାନ କରିଛନ୍ତି।
୨୦୨୩ ପରଠାରୁ ରାଜ୍ୟରେ ଖଣି ନିଲାମ ହୋଇନଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିଲାମ ପାଇଁ ୩୦ଟି ଖଣିକୁ ପ୍ରସ୍ତୁତ କରିଥିଲେ । ସେଥିରୁ ୮ଟି ଖଣି ନିଲାମ ହୋଇଛି। ୧୨ଟି ଖଣିକୁ ନିଲାମ କରାଯାଉଥିବା ବେଳେ ଖୁବ୍ଶୀଘ୍ର ଆଉ ୧୦ଟି ଖଣି ନିଲାମ କରାଯିବ ଆସନ୍ତାକାଲି କେନ୍ଦ୍ର ସରକାର ୧୯ଟି କ୍ରିଟିକାଲ୍ ମିନେରାଲ ଖଣିର ନିଲାମ ଘୋଷଣା କରିବେ |
ଖଣି ନିଲାମ ସମୟରେ ଖଣି ଉନ୍ନୟନ ସହ ଜଡିତ ପରିବେଶ ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ହିତକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ଖଣିଜ ସମ୍ପଦର ସମୃଦ୍ଧ ଭଣ୍ଡାର ଥିବାରୁ ରାଜ୍ୟ ସରକାର ଏହି ୩୪ଟି ଖଣିକୁ ନିଲାମ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି ପଦକ୍ଷେପ ଫଳରେ ରାଜ୍ୟର ଆର୍ଥିକ ସ୍ଥିତିର ବୃଦ୍ଧି ହେବା ସହ ରୋଜଗାରର ଅପାର ସୁଯୋଗ ସୃଷ୍ଟି ହେବ।

