ବିଜେଡିରୁ ରବୀନ୍ଦ୍ର ଜେନାଙ୍କ ଇସ୍ତଫା । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରବୀନ୍ଦ୍ର ଜେନା । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ତାଙ୍କ ବଦଳରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରାଯାଇଥିଲା।
କିନ୍ତୁ ବିଜେଡି ସେହି ଆସନ ହରାଇଥିଲା । ପୂର୍ବରୁ କୋଟି କୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନୀତିରେ ରବୀନ୍ଦ୍ରଙ୍କ ନାଁ ଆସିଥିଲା। ୨୦୧୫ ଏବଂ ୨୦୧୬ରେ ସିବିଆଇ ତାଙ୍କୁ ବାରମ୍ବାର ଜେରା କରିଥିଲା। ୨୦୨୩ରେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ । ୨୦୨୫ ଜୁଲାଇରେ ତାଙ୍କୁ କୋର୍ଟରୁ ଆନ୍ତରୀଣ ଆଶ୍ୱସ୍ତି ମିଳିଥିଲା।
ରବୀନ୍ଦ୍ର ନିଜେ ଦଳ ଛାଡ଼ିଥିଲେ ମଧ୍ୟ ତାଙ୍କ ପତ୍ନୀ ସୁବାସିନୀ ଜେନା ବିଜେଡିରୁ ବସ୍ତା ବିଧାୟିକା ଅଛନ୍ତି । ଏଭଳି ସ୍ଥିତିରେ ରବୀନ୍ଦ୍ରଙ୍କ ଇସ୍ତଫା ପରିବାର ଓ ଦଳ ମଧ୍ୟରେ କି ପ୍ରକାର ସମ୍ପର୍କ ରଖିବ ତା ଉପରେ ସମସ୍ତଙ୍କ ନଜର ରହିଛି । ୨୦୨୬ ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ଠିକ ପୂର୍ବରୁ ରବୀନ୍ଦ୍ରଙ୍କ ଏହି ପଦକ୍ଷେପ ବେଶ ଚର୍ଚ୍ଚା ହେଉଛି ।

