ସଂଚାର ବ୍ୟୁରୋ: ଆମେରିକାର ଏକ ହାଇସ୍କୁଲରେ ହରର । ସହପାଠୀ ଓ ଶିକ୍ଷକଙ୍କୁ ଗୁଳିମାରିଲା ଛାତ୍ର । ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ଯୁ ହୋଇଛି । ମୃତକଙ୍କ ମଧ୍ଯକରେ ୨ ଜଣ ଛାତ୍ର ଥିବାବେଳେ ୨ ଜଣ ଶିକ୍ଷକ ରହିଛନ୍ତି । ୯ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଏକ ୧୪ ବର୍ଷର ନାବାଳକ । ସେ ସେହି ସ୍କୁଲରେ ହିଁ ପାଠ ପଢୁଥିଲା । ହଠାତ ଶ୍ରେଣୀଗୃହରେ ପଶି ଗୁଳି ଚଳାଇବା ଯୋଗୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ଯୁ ହୋଇଛି । ଅଭିଯୁକ୍ତକୁ ଆମେରିକା ପୋଲିସ ଗିରଫ କରିଛି । ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଏହି ଘଟଣା ଅତ୍ଯନ୍ତ ଅମାନୁଷିକ । ଏହା ଗ୍ରହଣ କରିବା ଭଳି ନୁହେଁ ।