Thursday, February 26, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ : ମାର୍ଚ୍ଚ ୫ ଯାଏଁ ନାମାଙ୍କନ, ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର

Sanchar Live by Sanchar Live
February 26, 2026
in ରାଜନୀତି
0
ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ : ମାର୍ଚ୍ଚ ୫ ଯାଏଁ ନାମାଙ୍କନ, ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର

Oplus_131072

0
SHARES
11
VIEWS
FacebookTwitter

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି। ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ଭୋଟ୍ ହେବ। ଏଥିପାଇଁ ମାର୍ଚ୍ଚ ୫ ତାରିଖ ଯାଏ ନାମାଙ୍କନ ଦାଖଲ ରହିଛି। ୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ ହେବ। ଅପରାହ୍ଣରେ ଭୋଟ୍ ଗଣତି ହେବ।

ଏପ୍ରିଲରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ହେବ। ଏବେ ସବୁ ଦଳର ନଜର ରାଜ୍ୟସଭା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ। ସଂଖ୍ୟା ଥାଉ କି ନଥାଉ, ସବୁ ଦଳ ଏହି ରେସରେ ଧାଇଁଲେଣି। ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ, ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ। ଗତ ରବିବାର ପାର୍ଟି କାର୍ଯ୍ୟାଳୟରେ ବିଜେପିର କୋର କମିଟି ବୈଠକ ବସିଥିଲା । ସେଥିରେ ରାଜ୍ୟସଭାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ସୂତ୍ର ଅନୁସାରେ ପ୍ରତି ଆସନ ପାଇଁ ସମ୍ଭାବ୍ୟ ୪ଜଣ ଲେଖାଏଁ ନେତାଙ୍କ ନାମର ପ୍ରସ୍ତାବ ଦେଇଛି କୋର କମିଟି । ଏଭଳି ଭାବେ ୨ଟି ଆସନ ପାଇଁ ୮ଜଣ ନେତାଙ୍କ ନାମ ସମ୍ଭାବ୍ୟ ତାଲିକାରେ ରଖାଯାଇଛି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁଜିତ କୁମାର, ମମତା ମହାନ୍ତ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସୁକେଶୀ ଓରାମ, ଶାରଦା ଶତପଥୀ, ପୂର୍ଣ୍ଣିମା କେରକେଟାଙ୍କ ନାମକୁ ନେଇ ବେଶ ଚର୍ଚ୍ଚା ରହିଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଇଚ୍ଛୁକ ନଥିବା କୁହାଯାଉଛି । ଚତୁର୍ଥ ଆସନ ଉପରେ ବି ବିଜେପିର ନଜର ରହିଛି । ଏଥିପାଇଁ ବିଜେପି ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ଥିବା ଶୁଣିବାକୁ ମିଳୁଛି। ଏସବୁ ଚର୍ଚ୍ଚା ବାଦ୍ ବିଜେପି କିଛି ନୂଆ ନାଁ ଘୋଷଣା କରି ଚକମା ଦେଇପାରେ । ସବୁ କିଛି କେନ୍ଦ୍ରୀୟ ନେତୃତ୍ୱ ହାତରେ ଛାଡ଼ି ଦିଆଯାଇଛି ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୋଟି ଚାଳନାକୁ ଏବେ ବି ଦଳର ବରିଷ୍ଠ ନେତାଏ ଠଉରାଇ ପାରୁନାହାନ୍ତି । ବଡ଼ ପ୍ରଶ୍ନ-ରାଜ୍ୟସଭା ପାଇଁ ନବୀନ କାହାକୁ ଭରସିବେ? ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି କର୍ପୋରେଟ ଜଗତରୁ ରାଜନୀତିକୁ ଆସିଥିବା ତଥା ନବୀନଙ୍କ ରାଜନୈତିକ ସଚିବ ଥିବା ସଂତୃପ୍ତ ମିଶ୍ରଙ୍କୁ ନେଇ । ଦିଲ୍ଲୀ ଦରବାରରେ ସଂତୃପ୍ତଙ୍କ ଦବଦବା ଥିବା କୁହାଯାଉଛି । ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, ପୂର୍ବଭଳି ନବୀନ କିଛି ବଡ଼ ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି । ତୃଣମୂଳ ସ୍ତରର ଦଳୀୟ ସଂଗଠକ କିମ୍ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ନବୀନ ରାଜ୍ୟସଭା ପଠାଇପାରନ୍ତି । ଏହାବାଦ୍ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମାଙ୍କ ନାମ ଚର୍ଚ୍ଚା ପରିଧିରେ ରହିଛି । ବିଜେଡି ଗୋଟିଏ ଆସନ ଜିତିବା ନିଶ୍ଚିତ ଥିବା ବେଳେ ଆଉ ଗୋଟିଏ ଆସନ ବିଜେପିକୁ ନ ଛାଡ଼ିବା ପାଇଁ ଦଳର କିଛି ବରିଷ୍ଠ ନେତା ଖୋଲା ମତ ରଖିଛନ୍ତି । ବିଧାୟକ ଅରୁଣ ସାହୁ, ବଦ୍ରି ପାତ୍ର, ପୂର୍ବତନ ସାଂସଦ ମହେଶ ସାହୁ ପ୍ରମୁଖଙ୍କ ମତ ହେଉଛି, ବିଜେପିକୁ ଅଧିକ ରାଜ୍ୟସଭା ଆସନ ନ ମିଳିବା ଉଚିତ। ଜାତୀୟସ୍ତରର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡା. ରମାକାନ୍ତ ପଣ୍ଡାଙ୍କୁ ବିଜେଡି ଚତୁର୍ଥ ଆସନରେ ପ୍ରାର୍ଥୀ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ରାଜ୍ୟସଭାର ଚତୁର୍ଥ ଆସନ ବିଜେପିକୁ ନ ଛାଡ଼ିବା ପାଇଁ ପିସିସି ସଭାପତି ଭକ୍ତ ଦାସ ଗୋଟି ଚାଳନା ଜାରି ରଖିଛନ୍ତି । ଏବେ ବି ଭକ୍ତ ଅପେକ୍ଷା କରିଛନ୍ତି ନବୀନଙ୍କ ଘୋଷଣାକୁ । ନଚେତ୍ କଂଗ୍ରେସ ଏକାକି ନିଜସ୍ୱ ପ୍ରାର୍ଥୀ ଦେବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଦଳର ବରିଷ୍ଠ ନେତା କିମ୍ବା ବିଶିଷ୍ଟ ବ୍ୟକ୍ତି, ପ୍ରତିଷ୍ଠିତ ସମାଜସେବୀଙ୍କୁ ପ୍ରାର୍ଥୀ କରାଯାଇପାରେ । ସଂଖ୍ୟା ବଳ ଦେଖିଲେ ବିଜେପି ୨ଟି ରାଜ୍ୟସଭା ଆସନ ଓ ବିଜେଡି ଗୋଟିଏ ଆସନ ଜିତିବା ପକ୍କା । ଅସଲ ଲଢ଼େଇ ହେବ ଚତୁର୍ଥ ଆସନ ପାଇଁ ।

Tags: politicsrajyasabha
ShareTweetShareSend
Sanchar Live

Sanchar Live

Next Post
ଲୋକାୟୁକ୍ତଙ୍କ ଅଫିସରେ କେମିତି ଲାଗିଲା ନିଆଁ ?

ଲୋକାୟୁକ୍ତଙ୍କ ଅଫିସରେ କେମିତି ଲାଗିଲା ନିଆଁ ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ‘ନିର୍ମଳ’ ସୁନ୍ଦରଗଡ ଏବଂ ଝାରସୁଗୁଡ଼ାରେ ଗ୍ରାମୀଣ ୱାଶ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେଉଛି
  • ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି
  • ଲୋକାୟୁକ୍ତଙ୍କ ଅଫିସରେ କେମିତି ଲାଗିଲା ନିଆଁ ?
  • ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ : ମାର୍ଚ୍ଚ ୫ ଯାଏଁ ନାମାଙ୍କନ, ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର
  • ଏନକାଉଣ୍ଟରରେ ୨ ମାଓବାଦୀ ନିପାତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.