ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ୪ ଅଟକ। ପ୍ରେମିକ ସମେତ ୪ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରାପଡା ସଦର ପୋଲିସ। ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଅଞ୍ଚଳର ଯୁବତୀଙ୍କ ସହ ପଟ୍ଟାମୁଣ୍ଡାଇ ଥାନା କଦଳୀବଣ ଗାଁର ରାହୁଲଙ୍କର ପ୍ରେମ ସମ୍ପର୍କ ଥିଲା । କିଛିଦିନ ତଳେ ରାହୁଲ ପ୍ରେମିକାକୁ ଆଣି ଏକ ଲଜ୍ ରେ ରଖିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ବିଭିନ୍ନ ଅନୈତିକ କାମ ପାଇଁ ଚାପ ପକାଉଥିଲେ। ଏପରିକି ବିଭିନ୍ନ ସମୟରେ ମାରପିଟ୍ କରୁଥିବା ଅଭିଯୋଗ ହୋଇଛି । କୌଶଳକ୍ରମେ ଯୁବତୀ ଜଣକ ସେଠାରୁ ଖସି ଆସି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ ।

