ରାଜଧାନୀରେ ପୁଣି ମାଡ଼ିଗଲା ଆମ ବସ । ଯାହା ଫଳରେ ଚାଳକ ଆହତ । ଜନପଥରେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ବସ ଭଙ୍ଗାରୁଜା କରିଥିଲେ । ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା । ଭଙ୍ଗାରୁଜା କରିବାକୁ ଉସୁକାଉଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ରାଜଧାନୀରେ ନିୟମିତ ଆମ ବସ ଦୁର୍ଘଟଣା ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

