ସଂଚାର ବ୍ୟୁରୋ: ବିଧାନସଭାରେ ଆଜି ମଧ୍ଯ ଗର୍ଜିପାରନ୍ତି ବିରୋଧୀ। ସୁଭଦ୍ରା, ମାଗଣା ବିଜୁଳି, ଡେଙ୍ଗୁ, ଛାତ୍ର ସଂସଦ ନିର୍ବାଚନ ଭଳି ପ୍ରସଙ୍ଗ ସେମାନେ ଉଠାଇପାରନ୍ତି। ଶୂନ୍ୟ କାଳରେ ଏହି ସବୁ ଇସ୍ଯୁ ଆଣି ସରକାରଙ୍କୁ ଘେରିବାର ସମ୍ଭାବନା ଅଛି। ସୁଭଦ୍ରା ଆବେଦନ ଓ ସେପଟେମ୍ବର ୧୭ରେ ପ୍ରଥମ କିସ୍ତି ମିଳିବ ବୋଲି ଘୋଷଣା ପରେ ମୋ ସେବା କେନ୍ଦ୍ର, କମନ୍ ସର୍ଭିସ ସେଣ୍ଟରଗୁଡ଼ିକରେ ପ୍ରବଳ ଭିଡ଼ ହେଉଛି। ଏହା ସହିତ ଆଧାର ଅପଟେଡ୍ କରିବାକୁ ବିଭିନ୍ନ ସ୍ଥାନରେ ଦଳାଚକଟା ସ୍ଥିତି। ଏହାକୁ ବିରୋଧୀ ପ୍ରସଙ୍ଗ କରି ସରକାରଙ୍କୁ ଅଡୁଆରେ ପକାଇ ପାରନ୍ତି। ସେହିପରି ଧରାପଡିଛି ମାଗଣା ବିଜୁଳି ମିଛ। ଛାତ୍ର ସଂସଦ ନିର୍ବାଚନ କଥା ବି ଗୃହରେ ଉଠାଇ ହଙ୍ଗାମା କରିପାରନ୍ତି ବିରୋଧୀ। ସେପଟେ ଆଜି ପ୍ରଶ୍ନକାଳରେ ରହିଛି ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ଯ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନ । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ହି ଆସିପାରେ । ଅପରାହ୍ନ ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି।