ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କଲା ଭାରତ । USAକୁ ୨୯ ରନ୍ରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ଟି-୨୦ ବିଶ୍ବକପ୍ରେ ତା’ର ଅଭିଯାନ କରିଛି । ୧୬୨ ରନ୍ର ଟାର୍ଗେଟ୍କୁ ପିଛା କରି USA ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ମାତ୍ର ୧୩୨ ରନ୍ କରିପାରିଥିଲା । ଯାହାଫଳରେ ଭାରତ ଏହି ମ୍ୟାଚ୍କୁ ୨୯ ରନ୍ରେ ନିଜ ନାମରେ କରିଛି । ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ୮୪ ରନ୍ର ଇନିଂସ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।
ମୁମ୍ବାଇର ଓ୍ବାଙ୍ଖେଡେରେ ଭାରତ-USA ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା USA । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ୍ ହରାଇ ୧୬୧ ରନ୍ କରିପାରିଥିଲା ।
ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିଲା । ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ । ସୂର୍ଯ୍ୟଙ୍କ ଧୁଆଁଧାର ୮୪ ରନ୍ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ୍ ହରାଇ ୧୬୧ ରନ୍ କରିଥିଲା ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ଦ୍ବିତୀୟ ଓଭରରେ ଅଭିଷେକ ଶର୍ମା ପ୍ରଥମ ବଲ୍ରେ ଖାତା ଖୋଲିନପାରି ଆଉଟ ହୋଇଥିଲେ । ଏହା ପରେ ଇଶାନ କିଶାନ ମଧ୍ୟ ୧୬ ବଲ୍ରେ ୨୦ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ୫.୫ ଓଭରରେ ତିଲକ ବର୍ମା ୧୬ ବଲ୍ରେ ୨୫ ରନ୍ କରି ଆଉଟ୍ ହୋଇଥିଲେ । ଆଉ ଏହାର ପର ବଲ୍ ଶିବମ ଦୁବେ ଜିରୋରେ ଆଉଟ୍ ହୋଇଥିଲେ । ପାଓ୍ବାର ପ୍ଲେରେ ଭାରତ ୪ ଓ୍ବିକେଟ୍ ହରାଇ ୪୬ ରନ୍ କରିଥିଲା ।

