ଆମେରିକାରେ ଭାରତୀୟ ମହିଳାଙ୍କ ସମେତ ୪ଜଣଙ୍କୁ ହତ୍ୟା। ପାରିବାରିକ ବିବାଦରୁ ସ୍ୱାମୀ ଗୁଳିରେ ସ୍ତ୍ରୀ ସମେତ ୪ ଜଣ ମୃତ। ନିଜ ପତ୍ନୀ ଏବଂ ତାଙ୍କର ଅନ୍ୟ ତିନି ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛି ସ୍ବାମୀ । ଆମେରିକା ଜର୍ଜିଆ ଲରେନ୍ସଭିଲ୍ ସହରରେ ଏହି ଗୁଳିକାଣ୍ଡ ଘଟିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣା ସମୟରେ ୩ ଜଣ ପିଲା ଘର ଭିତରେ ଥିଲେ । ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହି ପୁଲିସକୁ ଖବର ଦେଇ ନିଜ ଜୀବନ ବଞ୍ଚାଇଥିଲେ ।ଆଟଲାଣ୍ଟା ସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାର ସ୍ପଷ୍ଟୀକରଣ ଦେବା ସହ ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଥିବା ନିଶ୍ଚିତ କରିଛି ।
ପୋଲିସ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ୫୧ ବର୍ଷୀୟ ବିଜୟ କୁମାରଙ୍କୁ ଗିରଫ କରିଛି। ବିଜୟ ନିଜ ପତ୍ନୀ ମୀନୁ ଡୋଗ୍ରା (୪୩) ଏବଂ ଅନ୍ୟ ତିନି ସମ୍ପର୍କୀୟ ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଓ ହରିଶ ଚନ୍ଦର (୩୮)ଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆଟଲାଣ୍ଟା ସ୍ଥିତ ନିଜ ଘରେ ବିଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ଯାହା ପରେ ସେମାନେ ଅନ୍ୟ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୋଲିସ ବିଜୟଙ୍କ ବିରୋଧରେ ହତ୍ୟା

