୨୪ରୁ ବନ୍ଦ ହେବ ଘରୋଇ ବସ ଚଳାଚଳ । କଟକକୁ ଆସିବ ନାହିଁ କୌଣସି ଘରୋଇ ବସ। ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ଏପରି ନିଷ୍ପତି ନେଇଛି । ୨୩ତାରିଖ ସୁଦ୍ଧା ପଞ୍ଚାୟତରୁ ଜିଲ୍ଲା ସଦର ମହକୁମାକୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ।
ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟ ଘରୋଇ ବସ ମାଲିକ ସଂଘର ଜରୁରୀ ବୈଠକରେ ଏହି ନିଷ୍ପତି ହୋଇଛି। ବୈଠକରେ ୮ଜିଲ୍ଲାର ୧୮ ଆସୋସିଏସନ ସାମିଲ ହୋଇଛନ୍ତି ।

