ସଂଚାର ବ୍ୟୁରୋ: କୋଡିଏ ଘଣ୍ଟା ପରେ ପୋଖରୀରୁ ମିଳିଲା ମୃତଦେହ । ମୃତକ ହେଲେ ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ବଡ଼ବନ୍ଧର ବଳରାମ ପ୍ରଧାନ । ଗତକାଲି ପୋଖରୀରେ ବାସନ ପଡିଯିବାରୁ ତାହାକୁ ଆଣିବାକୁ ଯାଇ ଭାସିଯାଇଥିଲେ । ଏନେଇ ଦମକଳବାହିନୀକୁ ଖବର ଦିଆଯାଇଥିଲା । ବହୁ ସମୟଧରି ଚିକିଟି ଦମକଳ ବାହିନୀ ଖୋଜାଖୋଜି କରିବା ପରେ ମଧ୍ୟ ମୃତଦେହ ନପାଇ ଫେରିଯାଇଥିଲେ । ଆଜି ସକାଳୁ ଚିକିଟି ଏବଂ ଦିଗପହଣ୍ଡି ଦମକଳ ବାହିନୀ ପହଞ୍ଚି ନଅ ଘଣ୍ଟା ଧରି ଖୋଜିବା ପରେ ମିଳିଥିଲା ମୃତଦେହ ।.