ନୂଆବର୍ଷ ଆରମ୍ଭ ହୋଇଛି । ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ । ୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର । ନୂଆଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର ୧୬୯୧ ଟଙ୍କାକୁ ବୃଦ୍ଧି ହୋଇଛି । ଘରୋଇ LPG ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।
ରାଜଧାନୀ ଦିଲ୍ଲୀରେ ଏକ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ପାଖାପାଖି ୧,୬୯୧.୫୦ଟଙ୍କାରେ ପହଞ୍ଚିଛି । ସାରା ଦେଶରେ ମୂଲ୍ୟ ପ୍ରାୟ ₹୧,୮୫୦ ରେ ପହଞ୍ଚିଛି । ସେହିଭଳି କୋଲକାତାରେ ଏହାର ମୂଲ୍ୟ ୧୬୮୪ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୭୯୫ ଟଙ୍କା ହୋଇଛି । ଏହା ବ୍ୟତୀତ ମୁମ୍ବାଇରେ ୧୫୩୧.୫୦ ଟଙ୍କାରେ ମିଳୁଥିବା LPG ସିଲିଣ୍ଡର ଏବେ ୧୬୪୨.୫୦ ଟଙ୍କା ହୋଇଯାଇଛି ଏବଂ ଚେନ୍ନାଇରେ ଏହାର ମୂଲ୍ୟ ୧୭୩୯.୫୦ ଟଙ୍କା ବଦଳରେ ବୃଦ୍ଧି ପାଇ ୧୮୪୯.୫୦ ଟଙ୍କା କରାଯାଇଛି । ଏହି ସମୟରେ, ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି ।
ଅନ୍ୟପକ୍ଷରେ, ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। IOCL ତଥ୍ୟ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ₹୮୫୩ , କୋଲକାତାରେ ₹୮୭୯, ମୁମ୍ବାଇରେ ₹୮୫୨.୫୦ ଏବଂ ଚେନ୍ନାଇରେ ₹୮୬୮.୫୦ ରହିଛି ।
