ନୂଆବର୍ଷରେ ଘରେ ପହଞ୍ଚିବନି ୧୦ ମିନିଟ୍ରେ ଅର୍ଡର । ଠପ୍ ହୋଇଯିବ ଅନଲାଇନ୍ ଖାଦ୍ୟ ଡେଲିଭରି । ବଡ଼ଦିନ ପରେ ନୂଆ ବର୍ଷରେ ପୁଣି ହରତାଳକୁ ଓହ୍ଲାଇବେ ଗିଗ୍ ୱାର୍କର୍ସ । ସ୍ଵିଗୀ, ଜୋମାଟୋ ଓ ବ୍ଲିଙ୍କଇଟ୍ ଭଳି ଅନଲାଇନ୍ ପ୍ଲାଟଫର୍ମରେ କାମ କରୁଥିବା ପାର୍ଟନର ହରତାଳକୁ ଓହ୍ଲାଇବେ ।
ଅର୍ଥାତ୍ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଠପ୍ ହୋଇଯିବ ଅନଲାଇନ୍ ଅର୍ଡର । ଏହି ହରତାଳରେ ଡେଲିଭରି ବୟ, କ୍ୟାବ୍ ଡ୍ରାଇଭର୍ ଓ ହୋମ୍ ସର୍ଭିସ୍ ସହ ଜଡ଼ିତ କର୍ମଚାରୀ ସାମିଲ୍ ହେବେ । ଏହାଦ୍ଵାରା ଇ-କମର୍ସ ଓ ଫୁଡ୍ ଡେଲିଭରି ସେବା ପ୍ରଭାବିତ ହୋଇପାରେ ।
ଏହା ପୂର୍ବରୁ ଗିଗ୍ ୱାର୍କର ଡିସେମ୍ବର ୨୫ ତାରିଖରେ ହରତାଳ କରିଥିଲେ । ଯେଉଁଥିରେ ସର୍ବାଧିକ ପ୍ରଭାବିତ ହୋଇଥିଲା ଗୁରୁଗ୍ରାମ । ଏବେ ପୁଣି ଥରେ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅନଲାଇନ୍ ଡେଲିଭରି ବୟ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି ।
ଗିଗ୍ ୱାର୍କର୍ସଙ୍କ ମୁଖ୍ୟ ଦାବି
- ସର୍ବନିମ୍ନ ମଜୁରୀ ଅନୁସାରେ ନିଶ୍ଚିତ ଆୟ
- ଏକ ସ୍ଵଚ୍ଛ ଓ ପାରଦର୍ଶୀ ବେତନ ବ୍ୟବସ୍ଥା
- କ୍ୟାବ୍ ଡ୍ରାଇଭରଙ୍କୁ କିଲୋମିଟର ପିଛା ଅତି କମ୍ରେ ୨୦ ଟଙ୍କା ପ୍ରଦାନ
- ଦିନରେ ୮ ଘଣ୍ଟାରୁ ଅଧିକ କାର୍ଯ୍ୟ ପାଇଁ ଓଭର ଟାଇମ୍ ପ୍ରଦାନ
- ଦୁର୍ଘଟଣା, ଅସୁସ୍ଥ ଓ ଜରୁରୀକାଳୀନ ସ୍ଥିତି ପାଇଁ ବୀମା ଓ ସାମାଜିକ ସୁରକ୍ଷା
- ୧୦ ମିନିଟ୍ରେ ଡେଲିଭରି ବନ୍ଦ କରିବା
ଏହାଛଡ଼ା ଏଥିରେ କାର୍ଯ୍ୟରତ କର୍ମଚାରୀ ସୁରକ୍ଷା ଦାବି କରିଛନ୍ତି । ସେମାନଙ୍କ କହିବା ଅନୁସାରେ, “ଥଣ୍ଡା ଓ କୁହୁଡ଼ି ପାଇଁ ବିଳମ୍ବିତ ରାତିରେ ଗାଡ଼ି ଚାଳନା କ୍ଷତିକାରକ । ତେଣୁ ଘନ ଅନ୍ଧାର ସମୟରେ ରାତି ୧୧ଟା ପରେ ଡେଲିଭରି ବନ୍ଦ କରାଯାଉ ।”
ଡିସେମ୍ବର ୨୫ରେ ଗିଗ୍ ୱାର୍କର୍ସଙ୍କ ହରତାଳ ଦ୍ଵାରା ଗୁରୁଗ୍ରାମ ପ୍ରଭାବିତ ହୋଇଥିଲା । ଅନେକ ସ୍ଥାନରେ ଡେଲିଭରି କର୍ମଚାରୀ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ବିରୋଧ ପ୍ରଦର୍ଶନରେ ସାମିଲ୍ ଗିଗ୍ ୱାର୍କର୍ସଙ୍କ ଉପରେ ପ୍ଲାଟଫର୍ମ ଗୁ଼ଡ଼ିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ହୋଇଥିଲା।