ସଂଚାର ବ୍ୟୁରୋ: ଜାଡ଼ରେ ଥରୁଛି ସାରା ରାଜ୍ଯ। ଗତ ୨୪ ଘଣ୍ଟାରେ କୋରାପୁଟରେ ସବୁଠୁ ଅଧିକ ଥଣ୍ଡା ରେକର୍ଡ଼ କରାୟାଇଛି । କୋରାପୁଟରେ ନ୍ଯୁନତମ ତାପମାତ୍ରା ୬.୩ ଡିଗ୍ରି ରେକର୍ଡ଼ ହୋଇଥିଲା । ସେହିପରି ନବରଙ୍ଗପୁର ଜିଲ୍ଲାରେ ପାରଦ ୮ ଡିଗ୍ରି ତଳକୁ ଖସିଛି। ଫଳରେ ହାଡ଼ଭଙ୍ଗା ଶୀତରେ ଏସବୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ଯସ୍ତ ହୋଇଛି। ଆସନ୍ତା ୭ ଦିନ ପର୍ଯ୍ଯନ୍ତ ପାଗରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ସେହିପରି ଉପକୂଳରୁ ଉପାନ୍ତ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଲାଗି ରହିବ। ପୂର୍ବାନୁମାନ ଅନୁଯାୟୀ ଝାରସୁଗୁଡ଼ା, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ କଟକ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ଏସବୁ ଜିଲ୍ଲାରେ ଘନ କୁହୁଡ଼ି ଯୋଗୁ ଯାନବାହାନ ଚଳାଚଳାରେ ବାଧା ଉପୁଜିପାରେ । ବାକି ଅନ୍ଯ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ। ୨୫ ତାରିଖରୁ ୨୮ ତାରିଖ ପର୍ଯ୍ଯନ୍ତ ଏସବୁ ଜିଲ୍ଲାରେ କୁହୁଡ଼ି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।

