ସଂଚାର ବ୍ୟୁରୋ: ମହମ୍ମଦ ମୋକିମଙ୍କ ଚିଠି ଓ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଭକ୍ତ ଦାସ । ଦିଲ୍ଲୀରୁ ଫେରି ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରତିକ୍ରିୟା ରଖିଛନ୍ତି ଭକ୍ତ । ମୋକିମ ବାବୁଙ୍କୁ ପୂର୍ବରୁ ମଧ୍ୟ ବହିଷ୍କାର କରାଯାଇଥିଲା । ନିର୍ବାଚନ ପୂର୍ବରୁ ମୋକିମ ବାବୁ ଦଳ ପାଇଁ ଆସେଟ ହେବେ ବୋଲି କ୍ୟାମ୍ପେନ କମିଟି ଅଧକ୍ଷ ହେବା ପରେ ଦଳକୁ ଫେରାଇ ଆଣିବାକୁ ସେ ହିଁ ପ୍ରଥମେ ପ୍ରୟାସ କରିଥିଲେ । ମୋକିମ ବାବୁ ଲେଖିଥିବା ଚିଠି ସେ ନୁହେଁ ବରଂ ବିଜେପି ଦ୍ୱାରା ଡ୍ରାଫଟିଙ୍ଗ କରାଯାଇଛି । ବିଜେପିର ବହୁତ ବଡ ଟିମ ଏହି ଡ୍ରାଫଟିଙ୍ଗ କରିଥିଲେ ବୋଲି କହିଛନ୍ତି ଭକ୍ତ । ମୋକିମ ବାବୁ ବିଭିନ୍ନ ପରିସ୍ଥିତିର ଚାପରେ ଆସି ଏଭଳି କରିଥାଇପାରନ୍ତି । ବ୍ୟକ୍ତି ହିସାବରେ ସମ୍ପର୍କ ରହିବ । ନୂଆ ବର୍ଷରେ ସେ ଦଳ ଗଢିବା ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ । ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । କିନ୍ତୁ ଦଳ ପାଇଁ ଡିଶିପ୍ଲିନ ପ୍ରଥମେ । ତେବେ ସୋଫିଆ ସ୍ଵତନ୍ତ୍ର । ତାଙ୍କର ଭବିଷ୍ୟତ ଉଜ୍ଜଳ । ସେ ଜଣେ ଭଲ ବିଧାୟିକା । ବିଧାନସଭାରେ ଭଲ ପ୍ରଶ୍ନ କରନ୍ତି ବୋଲି କହିଛନ୍ତି ପିସିସି ସଭାପତି ।

