ସଂଚାର ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଉରକେଲାରେ ବିଶାଳ କିନ୍ନର ଶୋଭାଯାତ୍ରା । କିନ୍ନର ମାଆ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ସହରର ରେଲୱେ ଷ୍ଟେସନ ନିକଟ ଅମର ଭଵନ ଠାରୁ ମେନ ରୋଡ ଦେଇ ଶୋଭାଯାତ୍ରା ଉଦିତନଗର ଛକ ପର୍ଯ୍ୟନ୍ତ ଆସିଥିଲା । ଏହି ଶୋଭାଯାତ୍ରାରେ ଶତାଧିକ କିନ୍ନର ଯୋଗଦେଇ ନୃତ୍ୟ ପରିବେଷଣ କରିବା ସହ ମହିଳା ଓ ପୁରୁଷଙ୍କ ପରି ସମାନ ଅଧିକାର ଦେବା ପାଇଁ ଦାବି କରିଥିଲେ । କିନ୍ନରମାନଙ୍କ ପାଇଁ ଓ୍ବେଲଫେୟାର ବୋର୍ଡ ଗଠନ କରି ବିଭିନ୍ନ ସହାୟତା ପ୍ରଦାନ କରିବା ପାଇଁ କିନ୍ନର ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି । କିନ୍ନରମାନଙ୍କ ପାଇଁ ବିଭିନ୍ନ ସରକାରୀ ସହାୟତା ଶୀଘ୍ର ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ଏହି ଶୋଭାଯାତ୍ରାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

